ପ୍ରବାସୀ ଶ୍ରମିକଙ୍କ ଫେରିବା ଖର୍ଚ୍ଚ ବହନ କରିବାକୁ ସୁଯୋଗ ଦିଅ

ଭୁବନେଶ୍ୱର, ୫।୫ (ବ୍ୟୁରୋ): ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି ଯାତ୍ରା ଖର୍ଚ୍ଚ ବହନ କରିବା ପାଇଁ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଚିଠି ଲେଖି କହିଛନ୍ତି ଯେ, ଭାରତୀୟ ଜାତୀୟ କଂଗ୍ରେସ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସହଯୋଗକରି ବାହାରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ଚାହୁଁଛି। ରାଜ୍ୟର ଶ୍ରମିକ ଏବଂ କାର୍ଯ୍ୟକର୍ତ୍ତା ହେଉଛନ୍ତି ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ କଠିନ ପରିଶ୍ରମ ଦେଶର ମୂଳଦୁଆ ପକାଇଥାଏ। ଏଭଳି ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଫେରିବା ଲାଗି ଟଙ୍କା ମିଳୁନାହିଁ, ଯେଉଁଥିପାଇଁ ସେମାନେ ନିଜ ଘଣ୍ଟା ଏବଂ ମୋବାଇଲ ବିକ୍ରି କରିଦେଉଛନ୍ତି। ଏହି ଅର୍ଥରେ ସେମାନେ ବସ୍‌ ଏବଂ ରେଳ ଟିକେଟ କରୁଛନ୍ତି। ଏଭଳି ସମୟରେ ସେହି ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍‌ ଓ ବସ୍‌ ଟିକେଟ ଖର୍ଚ୍ଚ କଂଗ୍ରେସ ପକ୍ଷରୁ ବହନ କରିବାକୁ ସୁଯୋଗ ଦିଆଯାଉ। ତେଣୁ ସରକାରଙ୍କ ନିକଟରେ ବାହାରେ ଫସିଥିବା ଶ୍ରମିକଙ୍କ ଯେଉଁ ତାଲିକା ରହିଛି ତାହା ଦେବାକୁ ନିରଞ୍ଜନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଟ୍ରେନ୍‌ ଟିକେଟ କିଣିବାକୁ ଅକ୍ଷମ ଥିବା ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ଲାଗି ପ୍ରଦେଶ କଂଗ୍ରେସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ୯୯୩୮୬୧୪୩୯୯, ୯୨୩୮୫୭୦୮୩୪ ନମ୍ବର ଯୋଗେ ଯୋଗାଯୋଗକରି ପ୍ରବାସୀ ଶ୍ରମିକମାନେ ସାହାଯ୍ୟ ପାଇପାରିବେ ବୋଲି ନିରଞ୍ଜନ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri