ପ୍ରବାସୀ ଶ୍ରମିକଙ୍କ ପାଇଁ ୬ଟି ବିମାନ ବୁକ୍‌ କଲେ ଅମିତାଭ ବଚ୍ଚନ

ଲକ୍‌ଡାଉନରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ସେଲିବ୍ରିଟିମାନେ ଆଗେଇ ଆସୁଛନ୍ତି। ସୋନୁ ସୁଦ, ପ୍ରକାଶ ରାଜ, ସ୍ବରା ଭାସ୍କର ଏବଂ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରମାନେ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ସହଯୋଗ କରୁଛନ୍ତି। ଗତ କିଛି ଦିନ ତଳେ ସେ ଉତ୍ତର ପ୍ରଦେଶର କିଛି ପ୍ରବାସୀ ଶ୍ରମିକଙ୍କୁ ୧୦ଟି ବସ ଯୋଗେ ଘରେ ପହଞ୍ଚାଇଥିଲେ ଅମିତାଭ। ଉତ୍ତର ପ୍ରଦେଶର ଅଧିକରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପାଇଁ ସେ ଏକ ଟ୍ରେନ ବ୍ୟବସ୍ଥା କରିଥିଲେ। ଟ୍ରେନରେ ଯିବା ପାଇଁ ୧୫୪୭ ଜଣ ପ୍ରବାସୀ ଶ୍ରମିକ ରେଜିଷ୍ଟ୍ରେସନ ମଧ୍ୟ କରିଥିଲେ। କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ଟ୍ରେନରେ ବ୍ୟବସ୍ଥା ହୋଇପାରି ନ ଥିଲା। ତେଣୁ ବାଧ୍ୟ ହୋଇ ସେମାନଙ୍କ ପାଇଁ ୬ଟି ଚାଟର୍ଡ ବିମାନର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବିମାନ ୧୮୦ ସିଟ ବିଶିଷ୍ଟ। ବୁଧବାର ସକାଳେ ୨ଟି ବିମାନ ଶ୍ରମିକଙ୍କ ନେଇ ଯାଇଛି।

Share