ପ୍ରବାସୀ ଶ୍ରମିକଙ୍କୁ ବସ୍‌ରେ ପଠାଇଲା ପୋଲିସ

ବରଗଡ଼ ଅଫିସ୍‌,୧୮।୫: ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିରୁ ଚାଲି ଚାଲି ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ୨୦ ଜଣ ପ୍ରବାସୀ ଶ୍ରମିକଙ୍କୁ ରବିବାର ରାତିରେ ବରଗଡ଼ ଜିଲା ପୋଲିସ ଏକ ବସ୍‌ରେ ପଠାଇଛି । ସମ୍ପୃକ୍ତ ଶ୍ରମିକମାନେ ଗତ ୩ତାରିଖରୁ ଚାଲି ଚାଲି ରାଜମୁନ୍ଦ୍ରିରୁ ଝାଡ଼ଖଣ୍ଡ ସ୍ଥିତ ନିଜ ଘର ଅଭିମୁଖେ ବାହାରିଥିଲେ । ବାଟରେ ଗାଡ଼ି ମିଳିଲେ ସେମାନେ ସେଥିରେ ମଧ୍ୟ ଆସୁଥିଲେ । ରବିବାର ସମ୍ପୃକ୍ତ ଶ୍ରମିକମାନେ ବରଗଡ଼ ସହରରେ ପହଞ୍ଚିଥିଲେ । ଏ ନେଇ ସ୍ଥାନୀୟ ପୋଲିସ ସୂଚନା ପାଇବା ପରେ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲା । ଏହାସହିତ ଏକ ସରକାରୀ ବସ୍‌ ଯୋଗେ ସେମାନଙ୍କୁ ଝାଡ଼ଖଣ୍ଡକୁ ପଠାଇ ଦେଇଥିଲା ।