Categories: ଜାତୀୟ

ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜନୀତି ନ କରିବାକୁ କଂଗ୍ରେସକୁ ଅନୁରୋଧ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୭।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ଶେଷ ପର୍ଯ୍ୟାୟକୁ ନେଇ ଘୋଷଣା କରିଛନ୍ତି। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ପ୍ରଶ୍ନ ଉଠିବାରୁ ସେ ସିଧାସଳଖ କଂଗ୍ରେସ ଉପରେ ବର୍ଷିଥିଲେ। ସେ କହିଥିଲେ କଂଗ୍ରେସ ଦୟାକରି ପ୍ରବସୀ ଶ୍ରମିକଙ୍କୁ ନେଇ ରାଜନୀତି ନ କରୁ। ସେ ହାତଯୋଡି କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କହିଥିଲେ, ଆମେ ସବୁରାଜ୍ୟ ସହ ମିଶି କାମ କରୁଛୁ। ତେଣୁ ପ୍ରବାସୀ ଶ୍ରମିକଙ୍କ ଘଟଣାରେ ଆମକୁ ଅଧିକ ଦାୟିତ୍ୱ ନେଇ କାମ କରିବା ଦରକାର। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏମାନଙ୍କୁ ଭେଟିଥିଲେ। ଏହାକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ରାହୁଲ କେବଳ ନାଟକ କରୁଛନ୍ତି। ପ୍ରବାସୀ ଶ୍ରମିକଙ୍କ ସହ ବସି କଥା ହେବା ଅର୍ଥ ଅଯଥାରେ ସମୟ ନଷ୍ଟ କରିବା।

Share