ପ୍ରବାସୀଙ୍କ ସ୍ବାବ୍‌, ରକ୍ତ ପରୀକ୍ଷାରେ ବିଳମ୍ବ

ନିମାପଡ଼ା,୧୨ା୫(ଡି.ଏନ.ଏ): ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳକୁ ହଟସ୍ପଟ ଅଞ୍ଚଳ ଦିଲ୍ଲୀ, କୋଲକାତା, ଗୁଜରାଟର ସୁରଟ, ମହାରାଷ୍ଟ୍ର ଆଦି ରାଜ୍ୟରୁ ମଙ୍ଗଳବାର ସୁଦ୍ଧା ୩୧୫ଜଣ ପ୍ରବାସୀ ଓଡ଼ିଆ ନିମାପଡ଼ା ଅଞ୍ଚଳକୁ ଫେରିଛନ୍ତି। ଏହି ପ୍ରବାସୀମାନେ ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଛନ୍ତି। ରହିବାର ୭/୮ଦିନ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ପ୍ରବାସୀଙ୍କ ସ୍ବାବ୍‌ ଓ ରକ୍ତ ନମୁନା ପରୀକ୍ଷା କରାଯାଇ ନାହିଁ। ମାତ୍ର ୨୫ପ୍ରତିଶତ ପ୍ରବାସୀଙ୍କ ସ୍ବାବ୍‌, ରକ୍ତ ନମୁନା ସଂଗ୍ରହ କରାଯାଇଥିବାବେଳେ ବାକି ୭୫ପ୍ରତିଶତଙ୍କ ନମୁନା ସଂଗ୍ରହ ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସ୍ବାସ୍ଥ୍ୟ ବିଭାଗର ଅବହେଳା ଓ ଉଦାସୀନତା ଯୋଗୁ ପ୍ରବାସୀଙ୍କ ପରୀକ୍ଷା କରାଯିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଗତ କିଛିଦିନ ତଳେ ଖୋଲାଯାଇଥିବା ସ୍ବାବ୍‌ ନମୁନା ସଂଗ୍ରହ କେନ୍ଦ୍ର ସପ୍ତାହକେ ୧/୨ଥର ଖୋଲୁଥିବାବେଳେ ଅଳ୍ପ ସଂଖ୍ୟାରେ ସ୍ବାବ୍‌ ସଂଗ୍ରହ କରାଯାଉଛି। ନିମାପଡ଼ାକୁ ଦୈନିକ ବହୁ ସଂଖ୍ୟାରେ ପ୍ରବାସୀ ଫେରୁଥିବାବେଳେ ସ୍ବାବ ନମୁନା ସଂଗ୍ରହ କେନ୍ଦ୍ର ପ୍ରତିଦିନ ଖୋଲାଯିବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ବିଡିଓ ମନୋଜ କୁମାର ବେହେରା ଓ ନିମାପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡା.କ୍ଷମାନିଧି ସେଠୀଙ୍କୁ ପଚାରିବାରୁ ଅଧିକ ସ୍ବାବ ସଂଗ୍ରହ ଦିଗରେ ଆମେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛୁ ବୋଲି କହିଛନ୍ତି। ଏହାସହ ନିମାପଡ଼ାବାସୀ ମଧ୍ୟ ଏ ଦିଗରେ କଡ଼ା ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନୂଆ ଭୋଟର: ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ

ଭୁବନେଶ୍ୱର, ୨୦।୭: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବଡ଼ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ପ୍ରସ୍ତୁତି : ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ

ଭୁବନେଶ୍ୱର, ୨୧।୭: ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।…

ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ, ସବୁ ଜିଲାପାଳଙ୍କୁ ରାଜସ୍ବ ସଚିବଙ୍କ ଚିଠି

ଭୁବନେଶ୍ୱର,୨୧।୭(ସୁନିତ୍‌ ମିଶ୍ର): ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ଗୁଡ଼ିକ ନାମର ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା…

ବାହୁଡ଼ା ଯାତ୍ରା ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏହି ଜିଲାକୁ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୧।୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri