ପ୍ରବଳ ବର୍ଷିବ, ୮ ଜିଲାକୁ ରେଡ୍‌ ଆଲର୍ଟ:ରାଜ୍ୟକୁ ସତର୍କ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର,୩୦ା୬(ବ୍ୟୁରୋ)- ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରବିବାରଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ସୋମବାରଠାରୁ ପ୍ରବଳ ବର୍ଷିବ। ତେବେ ୮ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ୧୪ ଜିଲାରେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟକୁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣି ପାଗ ବିଭାଗ (ଆଇଏମ୍‌ଡି)। ଲଘୁଚାପ ଅବପାତର ରୂପ ନେଇ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନ ସହ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ସମ୍ବଲପୁର, ଦେବଗଡ଼, ସୋନପୁର, ଅନୁଗୋଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲାରେ ସବୁଠାରୁ ଅଧିକ ବର୍ଷା ହେବ। ତେଣୁ ଏସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲାରେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। କେତେକ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ି ହେବାନେଇ ସତର୍କ କରିଛି ପାଣିପାଗ ବିଭାଗ।
ମିଳିଥିବା ରିପୋର୍ଟ ମୁତାବକ, ରବିବାର ସନ୍ଧ୍ୟାସୁଦ୍ଧା ମାଲାକାନାଗିରି ଜିଲାରେ ସର୍ବାଧିକ ୭ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଦାରିଙ୍ଗବାଡ଼ିରେ ୪ ମିମି, କୋରାପୁଟରେ ୩.୪ ମିମି, ବାଲେଶ୍ୱରରେ ୧.୨ ମିମି ବର୍ଷା ହୋଇଛି। ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ଗଞ୍ଜାମ, ନବରଙ୍ଗପୁର ଜିଲାର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇଛି। ତେବେ ମୌସୁମୀ ଓଡ଼ିଶା ଛୁଇଁବା ପରେ ପ୍ରଥମଦିନ ଅଳ୍ପ ବର୍ଷା ହୋଇ କିଛିଦିନ ପାଇଁ ଉଭାନ ହୋଇଯାଇଥିଲା। ଏହା ଭିତରେ ପ୍ରବଳ ଖରା ଓ ଗୁଳୁଗୁଳିରେ ଛଟପଟ ହେଉଥିଲା ସାରା ଓଡ଼ିଶା। ବିଶେଷକରି ମୌସୁମୀ ଆଗମନକୁ ଦେଖି ଚାଷ ପାଇଁ ପ୍ରସ୍ତୁତ ଚାଷୀ ବର୍ଷା ଉଭେଇଯିବା ଦେଖି ହତାଶ ହୋଇପଡିଥିଲା। ଏବେ ବର୍ଷା ଆଶ୍ୱସ୍ତି ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri