ପ୍ରବଳ ଗରମ ସହି ନ ପାରି ବିନା ପୋଷାକ ସ୍କୁଟି ଚଳାଇଲେ ଜର୍ମାନୀ ନାଗରିକ: ଭିଡ଼ିଓ ଭାଇରାଲ

ବର୍ଲିନ୍‌,୩୦।୬: ପ୍ରବଳ ଗରମ ସହି ନ ପାରି ଜଣେ ନର୍ମାନୀ ନାଗରିକ ରାସ୍ତାରେ ବିନା ପୋଷାକରେ ସ୍କୁଟି ଚଳାଉଥିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାଟରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇଥିଲେ ମଧ୍ୟ ତାଙ୍କୁ କିଛି ସମୟ ପଚରାଉଚରା ପରେ ଛାଡିଦେଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏବେ ଜର୍ମାନୀରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରହିଛି। ୧୯୪୭ ପରେ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ପାଣିପାଗ ବିଭାଗ କହିଛି।

Share