ପ୍ରଫୁଲ ହତ୍ୟା ମାମଲା ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ବ୍ରହ୍ମପୁର ଅଫିସ,୨୪ା୧-ସଦର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ରହୁଥିବା ପ୍ରଫୁଲ୍ଲ ସାହୁଙ୍କୁ ତାଙ୍କ ସ୍ତ୍ରୀ ମିତା ଓ ପ୍ରେମିକ ସରୋଜ ମହାରଣା ଗତ ମଙ୍ଗଳବାର ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା କରି ଅପମୃତ୍ୟୁର ରୂପ ଦେଇଥିଲେ। ଘଟଣାରେ ପୋଲିସ ଉଭୟ ହତ୍ୟାକାରୀଙ୍କୁ ବୁଧବାର ଗିରଫ କରିଥିଲା। ସେମାନେ ହେଲେ ମିତା କୁମାରୀ ସାହୁ (୨୫) ଓ ତାଙ୍କ ପ୍ରେମିକ ଭବାନୀପାଟଣାର ସରୋଜ ମହାରଣା (୨୯)। ଉଭୟ ଅଭିଯୁକ୍ତଙ୍କୁ ଜେରା ବେଳେ ସେମାନେ ପ୍ରଫୁଲ୍ଲଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ମାମଲା ନମ୍ବର ୧୯/୨୦ ରେ ଉଭୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି। ଅନ୍ୟପଟେ ପ୍ରଫଲ୍ଲଙ୍କୁ ହତ୍ୟା ବେଳେ ଉଭୟ ଅଭିଯୁକ୍ତ ଘଟଣା ପରେ ଲୁଚାଇ ରଖିଥିବା ରକ୍ତଭିଜା ଲୁଗାପଟା ଗୁରୁବାର ପୋଲିସ ଜବତ କରିଛିି। ସେହି ରକ୍ତଭିଜା କପଡାଗୁଡିକୁ କ୍ଲିନିକାଲ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ ପଠାଯିବ ବୋଲି ପୋଲିସ କହିଛିି।
ପ୍ରକାଶ, ପ୍ରଫୁଲ୍ଲ ଠିକାଦାର ଭାବେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ମିତା ଲାଞ୍ଜିପଲ୍ଲୀସ୍ଥିତ ଏକ ସଂସ୍ଥାରେ କାମ କରୁଥିଲେ। ମିତା କୌଣସି କାମରେ ଭୁବନେଶ୍ୱର ବସ୍‌ରେ ଯାଉଥିବା ବେଳେ ସେଥିରେ କଣ୍ଡକ୍ଟର କାମ କରୁଥିବା ସରୋଜଙ୍କ ସହ ତାଙ୍କର ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସରୋଜ ସୁକୁଣ୍ଡା ଆସି ପ୍ରଫୁଲ୍ଲଙ୍କ ଘରେ ଅଧିକାଂଶ ଦିନ ରହୁଥିଲେ। ମିତା ତାଙ୍କ ସ୍ବାମୀଙ୍କୁ ସରୋଜ ମୋର ଧରମଭାଇ ବୋଲି ପରିଚୟ ଦେଇଥିଲେ। ହେଲେ ପ୍ରଫୁଲ୍ଲଙ୍କ ଉପସ୍ଥିତିରେ ସରୋଜ ତାଙ୍କ ଘରେ ମିତାଙ୍କ ସହ ରହୁଥିବା ଯୋଗୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା। ମିତା ଓ ସରୋଜଙ୍କ ଏହି ସମ୍ପର୍କକୁ ସହଜରେ ପ୍ରଫୁଲ୍ଲ ଗ୍ରହଣ କରିପାରୁ ନ ଥିଲେ। ମଙ୍ଗଳବାର ଅପରାହ୍ନରେ ପ୍ରଫୁଲ୍ଲ ତାଙ୍କ ମା’ଙ୍କୁ ଚିକିଟିରେ ରହୁଥିବା ଭଉଣୀ ଘରେ ଛାଡ଼ିି ବ୍ରହ୍ମପୁର ଫେରିଥିଲେ। ରାତି ପ୍ରାୟ ୯ଟା ବେଳେ ପ୍ରଫୁଲ୍ଲ ଘରକୁ ଫେରିବା ବେଳେ ଘର ଭିତରେ ସରୋଜ ଓ ମିତା ଥିବା ଦେଖି ସେ ଝଗଡା କରିଥିଲେ। ଏଥିରେ ମିତା ଉତ୍‌କ୍ଷିପ୍ତ ହୋଇ ସରୋଜଙ୍କ ସହାୟତାରେ ପ୍ରଫୁଲ୍ଲଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ତଳେ ପକାଇ ଦେଇଥିଲେ। ପରେ ଉଭୟ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।
ଭିତରେ ପ୍ରଚୁର ରକ୍ତ ପଡିଥିବା ଦେଖି ମିତା ଏକ ଚୁନି ସାହାଯ୍ୟରେ ତାକୁ ପୋଛିଥିଲେ। ପରେ ରକ୍ତ ଭିଜା ଚୁନି ଓ ଉଭୟଙ୍କ ରକ୍ତଭିଜା ପୋଷାକକୁ ଘର ପଛପଟେ ଲୁଚାଇ ରଖିଥିଲେ। ପ୍ରଫୁଲ୍ଲଙ୍କ ଦେହ ଖରାପ ଅଛି ବୋଲି ମିତା ତାଙ୍କ ଭାଇଙ୍କୁ ଡାକିଥିଲେ। ତାଙ୍କ ଭାଇ ଗାଡି ଧରି ପହଞ୍ଚିବା ପରେ ସେହି ଗାଡ଼ିରେ ପ୍ରଫୁଲ୍ଲଙ୍କୁ ମଝିରେ ବସାଇ ପଛରେ ସରୋଜ ବସି ତାଙ୍କୁ ଏମ୍‌କେସିଜି ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମିତା ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀ ଘରେ ଖାଦ୍ୟ ଖାଇବା ପରେ ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମିତାଙ୍କ ଅଭିଯୋଗ କ୍ରମେ ପୋଲିସ ୪/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ହେଲେ ପ୍ରଫୁଲ୍ଲ ଭାଇଙ୍କ ଅଭିଯୋଗ ଓ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ୧୯/୨୦ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପରେ ଉଭୟ ମିତା ଓ ତାଙ୍କ ପ୍ରେମିକ ସରୋଜଙ୍କୁ ଗିରଫ କରିଥିଲା। ଜେରା ବେଳେ ସେମାନେ ଏହି କାଣ୍ଡ ଘଟାଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri