ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗକାରୀ ପରିବାରକୁ ମାଡ଼

ନୟାଗଡ଼ ଅଫିସ, ୨୫।୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି ହୋଇଥିବାନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ ଅଭିଯୋଗକାରୀଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଶୁକ୍ରବର ଉକ୍ତ ପରିବାର ଜିଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକାଶ ଯେ, ଦଶପଲ୍ଲା ଏନ୍‌ଏସି ୧୬ ନମ୍ବର  ୱାର୍ଡର ବିଭୂତି ଭୂଷଣ ବରାଡ ତାଙ୍କ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ କିଛିଦିନତଳେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଦଶପଲ୍ଲା ବିଡିଓ ଏହାର ତଦନ୍ତକରି ଆଯୋଗ୍ୟ ହିତାଧିକାରୀ ପକା ଘର ପାଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ଉକ୍ତ ଅଞ୍ଚଳର କିଛି ବ୍ୟକ୍ତି ଗୁରୁବାର ବିଭୂତିଙ୍କ ବାପା ନବକିଶୋର ମଣୀ ଓ ଭଉଣୀ ଅମିତା ମଣୀଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ସେମାନେ ଦଶପଲ୍ଲା ଥାନାରେ ଗୁରୁବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଶେଷରେ ବାଧ୍ୟହୋଇ ପରିବାର ଲୋକେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କୁ ଭେଟିଛନ୍ତି।