ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ: ବିଡିଓଙ୍କ ନେତୃତ୍ୱରେ ସ୍ଥିତି ସମୀକ୍ଷା

ରସୁଲପୁର,୩।୧(ଡି.ଏନ୍‌.ଏ.)- ଯାଜପୁର ଜିଲାର ରସୁଲପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ ସରୁନି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏକାଧିକ ଦଳ ତଦନ୍ତରେ ସାମିଲ ହୋଇ ପଞ୍ଚାୟତରୁ ପଞ୍ଚାୟତବୁଲି ସ୍ଥିତି ସମୀକ୍ଷା କରିବା ସହ ଯୋଗ୍ୟ ହିତାଧିକାରୀ ବାଛୁଛନ୍ତି। ପଞ୍ଚାୟତ ଦାୟିତ୍ୱରେ ଥିବା ଅଧିକାଂଶ ନିର୍ବାହୀ ଅଧିକାରୀ ଅଗ୍ରାଧିକାର ତାଲିକା ପ୍ରସ୍ତୁତ କରିବାରେ ବିଫଳତା ପ୍ରକାଶ କରୁଛନ୍ତି। ତେଣୁ ପିଇଓଙ୍କ ଅନୁରୋଧ କ୍ରମେ ବିଡିଓଙ୍କ ପକ୍ଷରୁ ସମ୍ପୃକ୍ତ ପଞ୍ଚାୟତରେ ତଦନ୍ତ କରାଯାଉଛି। ବୁଧବାର ବିଡିଓ ପରିଡ଼ାଙ୍କ ନେତୃତ୍ୱରେ ୧୦ଗୋଟି ଦଳ କଲଣ ପଞ୍ଚାୟତରେ ଘରକୁ ଘର ବୁଲି ତଦନ୍ତ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଇତିମଧ୍ୟରେ ବିଡିଓ ଓ ତାଙ୍କ ଦ୍ୱାରା ଗଠନ କରାଯାଇଥିବା ତଦନ୍ତକାରୀ ଦଳଗୁଡ଼ିକ ବ୍ଲକର ଟିକରପଡ଼ା, ପହଁଗା, ଲକ୍ଷ୍ମୀନଗର, ବାରବାଟୀ, ଶ୍ରୀବନ୍ତପୁର ପ୍ରଭୃତି ପଞ୍ଚାୟତରେ ତଦନ୍ତ କାର୍ଯ୍ୟ ସାରିଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନାରୁ ଜଣାଯାଏ ପ୍ରଧାନମନ୍ତ୍ରୀ ଆବସରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀ ବାଛି ଅଗ୍ରାଧିକାର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ସରକାରୀ ସୁବିଧା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଶତାଧିକ ପରିବାର କ’ ଫର୍ମରେ ଆବେଦନ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀଗଣ ଆବେଦନ ଫର୍ମ ଗୁଡ଼ିକୁ ତାଲିକାଭୂକ୍ତ କରିଥିଲେ। ଏଥିରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ନେଇ ଜଣାପଡ଼ିଥିଲା। ଏହି ତାଲିକାକୁ ସଂଶୋଧନ କରିବା ଦିଗରେ ନିର୍ବାହୀ ଅଧିକାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଯୋଗ୍ୟଙ୍କ ନାମକୁ ତାଲିକାରେ ସ୍ଥାନ ଦେବାକୁ ପଞ୍ଚାୟତସ୍ତରୀୟ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ଅଧିକାରୀମାନେ ଏକପ୍ରକାର ବ୍ୟତିବ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଏପରି କି କେତେକ ପଞ୍ଚାୟତରେ ଆବାସ ତାଲିକା ଦ୍ୱନ୍ଦ୍ୱ ନ ଛିଡ଼ିବାରୁ ତଦନ୍ତ ଅଧିକାରୀମାନେ ବିଡିଓଙ୍କୁ ଅବଗତ କରାଇବା ସହ ଏଦିଗରେ ସ୍ବତନ୍ତ୍ର ତଦନ୍ତ କରାଇବାକୁ ଅନୁରୋଧ କରାଯାଇଥିଲା। ସେହି ମୁତାବକ ବିଡିଓଙ୍କ ନେତୃତ୍ୱରେ ୫୦ଜଣ ବ୍ଲକ କର୍ମଚାରୀଙ୍କୁ ନେଇ ତଦନ୍ତକାରୀ ଦଳ ଗଠନ କରାଯାଇ ଘରଘର ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଖୋଜାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ରିପୋର୍ଟ ଆସିବା ପରେ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ ବୋଲି ବିଡିଓ ପରିଡ଼ା ପ୍ରକାଶ କରିଛନ୍ତି। ତଦନ୍ତରେ ଏବିଡିଓ ଉପେନ୍ଦ୍ର ଜେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ନମିତା ହାଁସଦା, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ବିବେକାନନ୍ଦ ସାମଲ, କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ,ଗ୍ରାମ୍ୟ ରୋଜଗାର ସେବିକାସେବକଙ୍କ ସମେତ ବ୍ଲକର ଅନ୍ୟାନ୍ୟ ପଦାଧିକାରୀମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri