ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧ କୋଟି ଟଙ୍କା ଦାନ କଲେ ଜନ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ଭାରତ ମଧ୍ୟ ଏହାସହ ଲଢିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। ଏହା ପରେ ବି ଭାରତରେ ବେଳକୁ ବେଳ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି କରୋନା ମୁକାବିଲା ପାଇଁ ଜନ ସେନା ମୁଖ୍ୟ ପଓ୍ବନ କଲ୍ୟାଣ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏହାସହ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ମଧ୍ୟ ପଓ୍ବନ ୫୦ ଲକ୍ଷ ଲେଖାଏଁ ଟଙ୍କା ଦାନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ଏବେ ମହାମାରୀର ରୂପ ନେଇଥିବା ବେଳେ ଏପର୍ଯ୍ୟନ୍ତ ଭାରତରେ ପ୍ରାୟ ୬୩୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି।

Share