ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କଲେ ଜନସାଧାରଣ: ରାଇକିଆରେ ରାସ୍ତାଘାଟ ଶୂନ୍‌ଶାନ୍‌

ରାଇକିଆ,୨୨।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇ ଜନତା କର୍ଫ୍ୟୁ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ କନ୍ଧମାଳ ଜିଲା ରାଇକିଆରେ ରବିବାର ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ସ୍ବତଃପ୍ରବୃତ୍ତ ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ରହିଛି। କୌଣସି ଯାନବାହନ ଚଳାଚଳ କରୁ ନାହିଁ । କର୍ଫ୍ୟୁକୁ ସହଯୋଗ କରି ଲୋକେ ଘରୁ ବାହାରି ନ ଥିବା ବେଳେ ବିଭିନ୍ନ ଜରୁରିକାଳୀନ ସେବା ପ୍ରତିଷ୍ଠାନ ଖୋଲାରହିଛି। ଏଥିସହ ପ୍ରଶାସନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ କରୋନା ସମ୍ପର୍କିତ ସଚେତନତାକୁ ବ୍ୟାପକ କରାଯାଇଛି।