ପ୍ରଦୂଷଣ ରୋକୁଛନ୍ତି ଏହି ଗଣେଶ

ଅକୋଲା: ଗଣେଶ ବିସର୍ଜନ ଏବେ ଦେଶରେ ଧୁମଧାମରେ ଚାଲିଛି। ମୃଣ୍ମୟ ମୂର୍ତ୍ତିକୁ ବିସର୍ଜନ କରିବା ପରେ ଜଳ ପ୍ରଦୂଷଣ ବୃଦ୍ଧି ହେଉଥିବାରୁ ଏଥିପାଇଁ ସବୁ ସ୍ତରରେ ଚିନ୍ତାପ୍ରକଟ କରାଯାଉଛି। କିନ୍ତୁ ଏହି ସମସ୍ୟା ସମାଧାନ କରିବାର ବାଟ ଦେଖାଇଛନ୍ତି ମହାରାଷ୍ଟ୍ର ଅକୋଲର ଭଗତ ସିଂ ଗଣେଶ ଉତ୍ସବ ମଣ୍ଡପ। ଏଠାରେ ଗଣେଶଙ୍କ ପ୍ରତିମା ବିସର୍ଜନ କରାଯିବ ନାହିଁ। ଏହି ମୂର୍ତ୍ତିରେ ୨୧ ଲକ୍ଷ ଟଙ୍କାର ନୋଟ୍‌ ଲାଗିଛି। ୧୨ ଫୁଟ ଉଚ୍ଚାର ଏହି ପ୍ରତିମାରେ ୧ ଟଙ୍କାରୁ ଆରମ୍ଭ କରି ୧୦, ୧୦୦,୨୦୦,୫୦୦ ଓ ୨୦୦୦ ଟଙ୍କାର ଅସଲି ନୋଟ୍‌ ଲଗାଯାଇଛି। ଏହି ମୂର୍ତ୍ତିରୁ ନୋଟ୍‌ ବାହାର କରାଯିବା ପରେ ମଣ୍ଡପ ବୋର୍ଡକୁ ପ୍ରଦାନ କରାଯିବ। ଗତ ବର୍ଷ ଏହାକୁ ୧୧୦୦ଟି ନଡିଆରେ କରାଯାଇଥିଲା।

Share