ପ୍ରଦୂଷଣ ରୋକିବ ଆଉଟ୍‌ଡୋର୍‌ ଏୟାର୍‌ ପ୍ୟୁରିଫାୟର୍‌

ହାଇଦ୍ରାବାଦ: ବାୟୁ ପ୍ରଦୂଷଣ ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଶୁଦ୍ଧ ବାୟୁ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ବ୍ୟାପକ ବୃକ୍ଷରୋପଣ ସହ ଅନ୍ୟ ଉପାୟ ମଧ୍ୟ ଚିନ୍ତା କରାଯାଉଛି। ପ୍ରଦୂଷଣକୁ କମ୍‌ କରିବା ପାଇଁ ହାଇଦ୍ରାବାଦ ସହରରେ ଆଉଟ୍‌ଡୋର୍‌ ଏୟାର୍‌ ପ୍ୟୁରିଫାୟର୍‌ ସ୍ଥାପନ ପାଇଁ ଗ୍ରେଟର୍‌ ହାଇଦ୍ରାବାଦ ମ୍ୟୁନିସିପାଲ୍‌ କର୍ପୋରେଶନ୍‌ ନିଷ୍ପତ୍ତି ନେଇଛି। ଏହାଦ୍ୱାରା
ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣ କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ସହରରେ ୧୦୦ଟି ୟୁନିଟ୍‌ ସ୍ଥାପନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ସହରର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ୟୁନିଟ୍‌ ସ୍ଥାପନ କରାଯିବ। ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ମେଟ୍ରୋ ଷ୍ଟେଶନ୍‌, ଟୋଲ୍‌ ବୁଥ୍‌, ରେଳ ଷ୍ଟେଶନ, ଏୟାର୍‌ପୋର୍ଟ, ପେଟ୍ରୋଲ୍‌ ପମ୍ପ ଆଦିରେ ସ୍ଥାପନ କରାଯିବ ବୋଲି ନିଗମ ପକ୍ଷରୁ ସୂଚନା ମିଳିଛି। ଏହି ଆଉଟ୍‌ଡୋର୍‌ ପ୍ୟୁରିଫାୟର୍‌ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସ୍ଥାପନ କରାଯାଇଥିବାବେଳେ ଏବେ ହାଇଦ୍ରାବାଦରେ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Share