ପ୍ରଦୂଷଣ ଦୂର କରିବ ଜୈବ ପରଦା

ଲଣ୍ଡନ: ଲଣ୍ଡନର ଇକୋ-ଲୋଜିକ ଷ୍ଟୁଡିଓ ନାମକ ଏକ ଫାର୍ମ ଜୈବ ପରଦା ବିକାଶ କରିଛନ୍ତି, ଯାହା ଦିନକୁ ଏକ କେଜି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରିବ। ଏହି ପରଦାର ନାମ ରଖାଯାଇଛି ଫଟୋସିନ୍ଥେଟିକା। ୨୦ଟି ଗଛ ଯେତିକି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରେ ଗୋଟିଏ ଫଟୋସିନ୍ଥେଟିକା ତାହା କରିପାରିବ। ଡିଜିଟାଲ ଡିଜାଇନର ବାୟୋପ୍ଲାଷ୍ଟିକରେ ଏହି ପରଦା କରାଯାଇଛି। ଏହା ଫଟୋବାୟୋରିଅକ୍ଟର ଭାବେ କାମ କରେ। ଦିନରେ ସୌର ରଶ୍ମି ଗ୍ରହଣ କରି ପରଦାରେ ଥିବା ମାଇକ୍ରୋ ଶୈବାଳକୁ ଖାଦ୍ୟ ଯୋଗାଏ। ପରଦାରେ ଥିବା ଶୈବାଳ ପ୍ରଦୂଷିତ ବାୟୁରୁ କାର୍ବନଡାଇଅକ୍ସାଇଡ ଅବଶୋଷଣ କରି ଅମ୍ଳଜାନ ଛାଡିଥାଏ। ଦୁଇ ମିଟର ଚଉଡା ଓ ୭ ମିଟର ଲମ୍ବର ଏହି ପରଦାରେ ବାୟୋପ୍ଲାଷ୍ଟିକର ଦୁଇଟି ସ୍ତର ଯୋଡି ହୋଇ ରହିଛି। ଏହା ମଧ୍ୟରେ ଶୈବାଳ ରହି ବାୟୁରୁ କାର୍ବନଡାଇଅକ୍ସାଇଡ ଅବଶୋଷଣ କରିଥାଏ । ଶୈବାଳ କାର୍ବନଡାଇଅକ୍ସାଇଡକୁ ନିଜ ଭିତରେ ଗଚ୍ଛିତ କରି ବାୟୋମସ୍‌ରେ ପରିଣତ କରେ ଯାହା ବାୟୋପ୍ଲାଷ୍ଟିକ ତିଆରି କରିବା ପାଇଁ କଞ୍ଚାମାଲ ଭାବେ ବ୍ୟବହାର ହୋଇଥାଏ। ଏହି ପରଦାର ମାଇକ୍ରୋ ଶୈବାଳରେ ଥିବା ବ୍ୟାକ୍ଟେରିଆ ବାୟୁରୁ ବିଷାକ୍ତ ତତ୍ତ୍ୱ ଗ୍ରହଣ କରି ବାୟୁକୁ ବିଶୁଦ୍ଧ କରେ। ଏହି ପରଦା କାର୍ବନଡାଇଅକ୍ସାଇଡରୁ କାର୍ବନ ଓ ଅକ୍ସିଜେନକୁ ଅଲଗା କରିଦିଏ। ପରଦାକୁ ବିଲ୍‌ଡିଂର ସାଇଡ୍‌ରେ ଝୁଲାଇ ରଖାଯାଇପାରିବ । ଘର ପାଖ ପ୍ରଦୂଷିତ ବାୟୁକୁ ସହଜରେ ଏହି ଜୈବ ପରଦା ବିଶୁଦ୍ଧ କରିପାରିବ। ଏହି ପରଦାର ଦାମ୍‌ ପ୍ରତି ବର୍ଗମିଟରକୁ ୨୩, ୦୦୦ରୁ ଦେଢ ଲକ୍ଷ ଟଙ୍କା ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri