ପ୍ରଦୂଷଣରୁ ଦୂରେଇ ରହିବା ପାଇଁ…

ଏବେ ସାରା ଦେଶରେ ପ୍ରଦୂଷଣ ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ହେଲେ ଏଥିରୁ କିପରି ଆମେ ନିଜକୁ ରକ୍ଷା କରିପାରିବା ସେ ବିଷୟରେ ଜାଣି ରଖିବା ଜରୁରୀ। ଡାକ୍ତରଙ୍କ ମତ ହେଉଛି…
-ବିଶେଷ ଭାବେ ଜରୁରୀ ନ ଥିଲେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ବାହାରକୁ ଛାଡିବା ଅନୁଚିତ।
-ଫୁସ୍‌ଫୁସ୍‌ ସମସ୍ୟା ଥିବା ବ୍ୟକ୍ତି ମଧ୍ୟ ସକାଳେ ବାହାରକୁ ବାହରିବା ଉଚିତ୍‌ ନୁହେଁ।
-ସକାଳେ ଅବା ସନ୍ଧ୍ୟାରେ ବାହାରେ ବ୍ୟାୟାମ କରିବା ଅଭ୍ୟାସ ବଦଳାଇ ଦିଅନ୍ତୁ। ଯଥା ସମ୍ଭବ ଘର ଭିତରେ ବ୍ୟାୟମ କରିବା ଭଲ।
-ବାହାରକୁ ବାହାରିବା ବେଳେ ସମ୍ପୂର୍ଣ୍ଣ ଶରୀର କପଡାରେ ଢାଙ୍କି ରଖିବା ଭଲ। ଏହାସହ ଭଲ ମାସ୍କ ବ୍ୟବହାର କରିବା ଉଚିତ।
-ବାହାରୁ ଆସିବା ପରେ ସମ୍ପୂର୍ଣ୍ଣ ଶରୀର ଓ ଆଖିକୁ ଭଲ ପାଣିରେ ଧୋଇ ନେଲେ ଭଲ। କାରଣ ଏହି ସମୟରେ ସ୍କିନ୍‌ ଆଲର୍ଜି ହେବାର ସମ୍ଭାବନା ଅଧିକ ଥାଏ।
-ବାୟୁ ପ୍ରଦୂଷଣ ଯୋଗୁ ହେଉଥିବା ରୋଗଠାରୁ ଦୂରେଇ ରହିବାକୁ ଘରୋଇ ଉପଚାର ଆପଣାଇବା ଭଲ। ବିଶେଷ ଭାବେ ଖାଦ୍ୟରେ ଅଦା, ଲେମ୍ବୁ ଓ ପୋଦିନା ବ୍ୟବହାର କରନ୍ତୁ। କାରଣ ଲେମ୍ବୁ ଶରୀରକୁ ଡିଟକ୍ସିଫାଏ କରିଦେଇଥାଏ।