ପ୍ରଥମ ଫିଲ୍ମରେ ହିଟ୍‌ ହେଲେ ଦ୍ୱିତୀୟ ଫିଲ୍ମ ପରେ ଭାରତ ଛାଡିଲେ

ମୁମ୍ବାଇ: ବଲତଉଡ୍‌ରେ ଯିଏ ଥରେ ପାଦ ରଖିଛି ସେ ଆଉ ପଛକୁ ଫେରିବାକୁ ଚାହିଁନି। କିଏ ଏଠି ଅଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଛି ତ ପୁଣି କିଏ ବହୁ ପରିଶ୍ରମ କରି ମଧ୍ୟ ସଫଳତାକୁ ଆପଣାଇ ପାରି ନାହିଁ। ମାୟା ନଗରୀର ମାୟା କେତେବେଳେ କାହା ପାଇଁ କେମିତି ହୋଇଛି କହିବା ମୁସ୍କିଲ। ହେଲେ ପିତା ବଲିଉଡ୍‌ ସୁପରଷ୍ଟାର ହୋଇଥିବା ବେଳେ ଝିଅ କିନ୍ତୁ ମାତ୍ର ଦୁଇଟି ଫିଲ୍ମ ପରେ ବଲିଉଡ୍‌ ଛାଡି ଦେଇଥିବା ଏବେବି ଆଲୋଚନା ହେଉଛି। ବଲିଉଡ୍‌ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପରିବାର ସମସ୍ତେ ପ୍ରାୟ ବଲିଉଡ୍‌ ସହ ଜଡିତ ଥିବା ବେଳେ ତାଙ୍କ ସାନ ଝିଅ କିନ୍ତୁ ଲାଇମ୍‌ ଲାଇଟରୁ ବହୁ ଦୂରରେ। ରାଜେଶଙ୍କ ବଡ ଝିଅ ଟ୍ବିଙ୍କିଲ ଖାନ୍ନା ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେଲେ ସାନ ଝିଅ ରିଙ୍କି ଏକାଥରେ ଏଠାରୁ ମୁହଁ ଫେରାଇ ନେଇଛନ୍ତି।

ପ୍ରଥମେ ସେ ଫିଲ୍ମ ‘ପ୍ୟାର ମେଁ କଭି କଭି’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାପରେ ନାୟକ ଗୋବିନ୍ଦାଙ୍କ ସହ ଫିଲ୍ମ ‘ଜିସ ଦେଶ ମେଁ ଗଙ୍ଗା ରହତା ହୈ’ରେ ନଜର ଆସିଥିଲେ। ଯାହା ବକ୍ସ ଅଫିସରେ ହୋଇଥିଲା ହିଟ୍‌। ହେଲେ ଏହାପରେ ତାଙ୍କ ଅଭିନୀତ ଫିଲ୍ମ ‘ଚମେଲି’ ଫ୍ଲପ ହେବା ପରେ ମାତ୍ର ୪ ବର୍ଷ କ୍ୟାରିୟରେ ସେ ଡୋରି ବାନ୍ଧି ଦେଲେ। ଏହାପରେ ୨୦୦୩ରେ ସେ ଶିଳ୍ପପତି ସମିର ସରନଙ୍କୁ ବିବାହ କରି ଲଣ୍ଡନ ଚାଲିଗଲେ। ଆଉ କେବେ ବି ତାଙ୍କୁ ବଲିଉଡ୍‌ ମୋହ ଟାଣି ଆଣି ପାରିଲା ନାହିଁ। ଲଣ୍ଡନରେ ସେ ସ୍ଥାୟୀ ବାସିନ୍ଦା ହେବା ସହ ଏବେ ସ୍ବାମୀ ଓ ୨ ଝିଅପୁଅଙ୍କୁ ନେଇ ସେ ଖୁବ୍‌ ଖୁସିରେ ଥିବା କୁହାଯାଏ।

Share