Posted inଖେଳ

ପ୍ରଥମ ଦେଖାରେ ବ୍ରଡଙ୍କୁ ସୁନ୍ଦରୀ ତରୁଣୀ ଭାବିଥିଲେ ଆଣ୍ଡରସନ

ଲଣ୍ଡନ,୨୩।୫(ପି.ଟି.)- ନିଜ ନୂଆ ବହି ‘ବୋଲ. ସ୍ଲିପ୍‌. ରିପିଟ୍‌’ରେ ଇଂଲଣ୍ଡର ସର୍ବାଧିକ ଟେଷ୍ଟ ଉଇକେଟ ହାସଲକାରୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ମଜାଦାର କଥା ଉଲ୍ଲେଖ କରିଛନ୍ତି। ସାଥୀ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ରଥମ ଦେଖାରେ ସେ ଅଲଗା ଭାବିଥିଲେ। ସେ ବ୍ରଡଙ୍କୁ ଜଣେ ସୁନ୍ଦରୀ ତରୁଣୀ ଭାବିନେଇଥିଲେ। ବ୍ରଡଙ୍କ ନୀଳ ଆଖି, ସୁନେଲୀ କେଶ ଓ ସୁନ୍ଦର ଚେହେରା ଆଣ୍ଡରସନଙ୍କୁ ଭ୍ରମରେ ପକାଇଥିଲା।
୩୬ ବର୍ଷୀୟ ଆଣ୍ଡରସନ ଏପର୍ଯ୍ୟନ୍ତ ୧୪୮ଟି ଟେଷ୍ଟ ଖେଳି ୫୭୫ଟି ଉଇକେଟ ହାସଲ କରି ଇଂଲଣ୍ଡର ସଫଳତମ ଟେଷ୍ଟ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେହିପରି ଏକ ଟିମ୍‌ ବୈଠକରେ କୋଚ୍‌ ଆଣ୍ଡି ଫ୍ଲାଓ୍ବାର କିଛି କହୁଥିବା ବେଳେ ଅଫ୍‌ ସ୍ପିନର ଗ୍ରେମ୍‌ ସ୍ବାନ ଜୋରରେ ପାଡିବା କଥା ମଧ୍ୟ ସେ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।
ଏତେ ଜୋରରେ ଓ ଶବ୍ଦରେ କୌଣସି ବ୍ୟକ୍ତି ପାଡିବାର ମୁଁ ପୂର୍ବରୁ କେବେ ଶୁଣି ନ ଥିଲି। ଫଳରେ ପ୍ଲାଓ୍ବାର ସ୍ବାନଙ୍କ ଆଡକୁ ଅନାଇଥିଲେ ଓ ସ୍ବାନ ଅବଶ୍ୟ ଏଥିପାଇଁ ସରି କହିଥିଲେ। ଏହା ମୋ ନିୟନ୍ତ୍ରଣରେ ନ ଥିଲା ବୋଲି ସ୍ବାନ କହିଥିଲେ।
ବ୍ରଡ ଓ ମୁଁ ୧,୦୦୦ ଉଇକେଟ ହାସଲ କରିଛୁ। ଆମ ଦୁହିଙ୍କ ବୋଲିଂ କୌଶଳ ଭିନ୍ନ। ତେଣୁ ଆମ ଭିତରେ ପ୍ରତିଯୋଗିତା ହୋଇ ନ ଥାଏ। ଆମ ଦୁହିଙ୍କ ଯୋଡି ବେଶ୍‌ ସଫଳ ଥିଲା। ବୋଲିଂ କଲାବେଳେ ଆମ ପରସ୍ପରର ପରାମର୍ଶ ନେଉଥିଲୁ। କଣ କରିବାକୁ ହେବ ଓ କ’ଣ ନ କରିବାକୁ ହେବ ସେ ନେଇ ଆଲୋଚନା କରୁଥିଲୁ ବୋଲି ଆଣ୍ଡରସନ ଉଲ୍ଲେଖ କରିଛନ୍ତି। ୨୦୧୪ରେ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଭାରତ ବିପକ୍ଷ ଏକ ମ୍ୟାଚ୍‌ରେ ବ୍ରଡଙ୍କ ମୁହଁରେ ବଲ୍‌ ବାଜିଥିଲା। ଏହାପରେ ସେ ସ୍ବପ୍ନରେ ବଲ ତାଙ୍କ ଆଡକୁ ଉଡି ଆସୁଥିବା ଦେଖିଥିଲେ। ସାଧାରଣତଃ ବ୍ରଡଙ୍କୁ ଅଳସୁଆ ବୋଲି କେତେକ ଭାବିଥାନ୍ତି। କିନ୍ତୁ ପ୍ରକୃତରେ ବ୍ରଡ କଠିନ ପରିଶ୍ରମୀ ଥିଲେ। ଏହିଭଳି କେତକେ ଗୁରୁତ୍ୱପୂର୍ଣ୍ଣ ତଥା ମଜାଦାର କଥା ଆଣ୍ଡରସନ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri