ପ୍ରଥମ ଦେଖାରେ ପତ୍ରଲେଖାଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର

ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍‌ ଓରଫ ପତ୍ରଲେଖାଙ୍କୁ ଭେଟିଥିଲେ ସେ। ପ୍ରଥର ଦେଖାରେ ହିଁ ରାଜକୁମାର ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। କେବଳ ଏତିକି ନୁହେଁ ବିବାହ କରିବାକୁ ମଧ୍ୟ ଇଚ୍ଛା କରିଥିଲେ। ୨୦୧୪ରେ ଉଭୟ ଫିଲ୍ମ ସିଟି ଲାଇଫ୍‌ରେ ସେମାନେ ଅଭିନୟ କରିଥିଲେ। ବାସ୍‌ ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଯାଇଥିଲା। ଏବେ ସେମାନେ ବି-ଟାଉନ୍‌ର ଚର୍ଚ୍ଚିତ ଯୋଡ଼ିମାନଙ୍କ ମଧ୍ୟରୁ ଗୋଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ।

ହରିୟାଣାର ଗୁରୁଗାଓଁରେ ରାଜକୁମାରଙ୍କ ଜନ୍ମ। ସେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ପରେ ସେ ଗୁରୁଗାଓଁରୁ ଦିଲ୍ଲୀ ଆସିଥିଲେ। ଦୁଇ ବର୍ଷ ଅଭିନୟରେ ଡିପ୍ଲୋମା କରିବା ପରେ ୨୦୦୮ରେ ବମ୍ବେ ଆସିଥିଲେ। ପ୍ରାରମ୍ଭିକ ସମୟରେ ରାଜକୁମାରଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଖାଇବାକୁ ପଇସା ନ ଥିବା ଯୋଗୁ ସେ ସାଙ୍ଗମାନଙ୍କଠାରୁ ଖାଉଥିଲେ। କେବଳ ଏତିକି ନୁହେଁ ପରବର୍ତ୍ତୀ ସମୟରେ ନିଜ ନାଁର ବନାନ ଆଉ ସଂଜ୍ଞା ବଦଳାଇଦେଇଥିଲେ। ବାସ୍ତବରେ ତାଙ୍କ ନା ରାଜକୁମାର ଯାଦବ ଥିବା ବେଳେ ସେ ଏହାକୁ ବଦଳାଇ ଦେଇ ରାଓ କରିଥିଲେ।

୨୦୦୯ରେ ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ଲଭ୍‌, ସେକ୍ସ ଔର ଧୋକା’ରେ ସେ ଅଭିନୟ କରିଥିଲେ। ୨୦୧୦ରେ ଫିଲ୍ମ ରିଲିଜ ହୋଇଥିଲା। ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଏକାଧିକ ହିଟ୍‌ ଦେଇ ସେ ଏବେ ବଲିଉଡ୍‌ର ଭର୍ସାଟାଇଲ୍‌ ଅଭିନେତା ପାଲଟିଛନ୍ତି। ଫିଲ୍ମ ଶହିଦ୍‌ ପାଇଁ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri