ପ୍ରଥମ ଦିନରେ ଭଲ ବିଜନେସ୍‌ କଲା ସିଦ୍ଧାର୍ଥଙ୍କ ଫିଲ୍ମ

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ ରିତେଶ ଦେଶମୁଖଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ମରଜାଓ୍ବା’ବକ୍ସ ଅଫିସରେ ଭଲ ବିଜନେସ୍‌ କରିଛି। ପ୍ରଥମ ଦିନରେ ହିଁ ସେ କମାଲ୍‌ କରିଛି। ମିଲାପ ମିଲନ ଜାବେରିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ୭.୦୩ କୋଟି ବ୍ୟବସାୟ କରିଥିବା ସୂଚନା ମିଳିଛି। ୨୯୨୨ଟି ସ୍କ୍ରିନରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ସପ୍ତାହ ଶେଷ ବେଳକୁ ଭଲ ବ୍ୟବସାୟ କରିବ ବୋଲି ଏହାର ନିର୍ମାତା ନିର୍ଦ୍ଦେଶକ ଆଶା ରଖିଛନ୍ତି। ଏଥିରେ ସିଦ୍ଧାର୍ଥ ଓ ରିତେଶଙ୍କ ବ୍ୟତୀତ ତାରା ସୁତାରିୟା ଓ ରକୁଲ ପ୍ରିତ ସିଂ ମଧ୍ୟ ଅଭିନୟ କରିଛନ୍ତି। ଏହାକୁ ଫିଲ୍ମ କ୍ରିଟିକ ଫେଣ୍ଟାଫେଣ୍ଟି ରେସ୍‌ପନ୍ସ ଦେଉଛନ୍ତି। ଏହି ଫିଲ୍ମ ଜରିଆରେ ସିଦ୍ଧାର୍ଥ ଓ ରିତେଶଙ୍କ ଯୋଡି ୪ ବର୍ଷ ପରେ ଏକାଠି ନଜର ଆସିଛନ୍ତି।

Share