Posted inଫୁରସତ

ପ୍ରଥମ ଦରମା ଟଙ୍କା ମାମୁଙ୍କୁ ଦେଇଥିଲି: ଫରେଷ୍ଟର ମେରିନା ଗିରି

ଖୋର୍ଦ୍ଧା ଜିଲାର ପାଇକ ତିଗିରିଆ ଗାଁରେ ମୋର ଜନ୍ମ। ୪ ଭଉଣୀ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ। ବାପା ଗାଡ଼ିଚାଳକ ଭାବେ କାମ କରି ଯାହା ଦୁଇ ପଇସା ରୋଜଗାର କରୁଥିଲେ ସେଥିରେ ଦୁଃଖେକଷ୍ଟେ ଆମ ପରିବାର ଚଳୁଥିଲା। ତେଣୁ ପିଲାଟିଦିନରୁ ମୋର ଗୋଟେ ଲକ୍ଷ୍ୟ ଥିଲା, ଭଲ ପାଠ ପଢ଼ିବି ଆଉ ଚାକିରି କରି ବାପାଙ୍କୁ ସାହାଯ୍ୟ କରିବି। ସେଥିପାଇଁ ପାଇକ ତିଗିରିଆ ଉଚ୍ଚ ବିଦ୍ୟାଳୟରୁ ୨୦୦୮ରେ ମାଟ୍ରିକ୍‌ ପାସ୍‌ କରି ପ୍ରାଣନାଥ କଲେଜରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲି। ତା’ପରେ ଉକ୍ତ କଲେଜରୁ କେମିଷ୍ଟ୍ରି ଅନର୍ସରେ ଯୁକ୍ତ ୩ ପାସ୍‌ କରି ପିଜି ପାଇଁ ଏଣ୍ଟ୍ରାନ୍ସ ଦେଲି। ରେଭେନ୍ସାରେ ପିଜି ପଢ଼ିବାକୁ ମୋର ସିଲେକ୍ସନ ବି ହେଲା। କିନ୍ତୁ ଘରଠାରୁ ଦୂର ହେବାରୁ ସେଠି ଆଡ୍‌ମିଶନ ନ କରି ଭୁବନେଶ୍ୱରରେ ବ୍ୟାଙ୍କିଙ୍ଗ୍‌ କୋଚିଂ ନେଲି। ପ୍ରତିଦିନ ଗାଁରୁ ଯା’ଆସ କରୁଥିଲି। କିଛିଦିନ କୋଚିଂ ନେବା ପରେ ଫରେଷ୍ଟର ପଦବୀ ପାଇଁ ବିଜ୍ଞାପନ ବାହାରିଲା। ଘରେ କାହାରିକୁ କିଛି ନ ଜଣାଇ ଲିଖିତ ପରୀକ୍ଷା ଦେଲି। ଲିଖିତ ପରୀକ୍ଷାରେ ଚୟନ ହେବା ପରେ ଘରେ ଜଣାଇଲି। ବାପା କହିଲେ ତୋତେ ଯାହା ଠିକ୍‌ ଲାଗୁଛି ତୁ କର। ସେତେବେଳେ ମୁଁ ଚିନ୍ତାକଲି ଯଦି ଏହି ଚାକିରିଟିକୁ ହାତଛଡ଼ା କରୁଛି ତା’ହେଲେ ବ୍ୟାଙ୍କ ଚାକିରି କେବେ ପାଇବି ତା’ର କୌଣସି ଗ୍ୟାରେଣ୍ଟି ନାହିଁ। ବରଂ ଏ ଚାକିରିରେ ଯୋଗଦେଇ ଘରକୁ କିଛି ସାହାଯ୍ୟ କରୁଥାଏ। ତେଣୁ ଲିଖିତ ପରୀକ୍ଷା ପରେ ଦୌଡ଼, ସାଇକେଲ୍‌ ଏବଂ ମୌଖିକ ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହୋଇ ୨୦୧୫ ମେ ୨୫ ତାରିଖରେ ଟାଙ୍ଗୀ ରେଞ୍ଜ୍‌ର ନାଚୁଣୀ ସେକ୍‌ସନ୍‌ରେ ଫରେଷ୍ଟର ଭାବେ ଯୋଗଦେଲି। ଚାକିରି ଯେହେତୁ କଣ୍ଟ୍ରାକ୍‌ଚୁଆଲ, ତେଣୁ ଦରମା ମାତ୍ର ୭୨୦୦ ଟଙ୍କା ମିଳିଲା। ଦରମା ପାଇବା ଦିନ ମୁଁ ବହୁତ ଖୁସି ହୋଇଥିଲି। ଆଉ ଟଙ୍କାକୁ ନେଇ ପ୍ରଥମେ ମୋ ବଡ଼ମାମୁଙ୍କ ହାତରେ ଦେଇଥିଲି। କାରଣ ବଡ଼ମାମୁ ହିଁ ମୋ ପଢ଼ା ପାଇଁ ବହୁତ ସାହାଯ୍ୟ କରିଥିଲେ। ମାମୁ ସେହି ଟଙ୍କାରେ ଠାକୁରଙ୍କ ପାଖେ ପୂଜା କରି ସମସ୍ତଙ୍କୁ ଭୋଗ ବାଣ୍ଟିଥିଲେ। ବାସ୍‌ ତା’ ପର ମାସରୁ ଯେଉଁ ଦରମା ପାଇଲି ତାକୁ ଘର ଚଳାଇବା ଓ ସାନ ଭଉଣୀମାନଙ୍କ ପାଠପଢ଼ା ପାଇଁ ପଠାଇ ଦେଉଥିଲି। ୟା’ ଭିତରେ ୪ବର୍ଷ ବିତିଗଲାଣି। ନାଚୁଣୀ ସେକ୍‌ସନ୍‌ରେ ବର୍ଷେ କାମ କରିବା ପରେ ନୟାଗଡ଼ ଜିଲା ରଣପୁର ରେଞ୍ଜ୍‌ର ବେତୁଲି ସେକ୍‌ସନ୍‌କୁ କିଛିଦିନ ପାଇଁ ବଦଳି ହୋଇ ଯାଇଥିଲି। ହେଲେ ଏବେ ଟାଙ୍ଗୀ ରେଞ୍ଜ୍‌ର ଟାଙ୍ଗୀ ସେକ୍‌ସନ୍‌ରେ ଫରେଷ୍ଟର ଭାବେ କାମ କରୁଛି। ମୋର ମନେ ପଡୁଛି ବେତୁଲିରେ ଯେତେବେଳେ ଥିଲି, ଦିନେ ଅପରାହ୍ନ ୪ଟା ବେଳେ ଜଙ୍ଗଲ ଭିତରେ ଆମେ କେତେଜଣ ଷ୍ଟାଫ୍‌ ପାଟ୍ରୋଲିଂ କରୁଥାଉ। ଏହି ସମୟରେ ଆମକୁ ଗଛ କାଟିବାର ଶବ୍ଦ ଶୁଭିଲା। ଶବ୍ଦକୁ ଅନୁକରଣ କରି ଜଙ୍ଗଲ ରାସ୍ତାରେ ପ୍ରାୟ ୮/୧୦ କି.ମି ଭିତରକୁ ଯିବା ପରେ କିଛି ଲୋକ ଗଛ କାଟୁଥିବାର ଦେଖିଲୁ। ଆମ ପାଟି ଶୁଣି ସେମାନେ ଗଛ କଟା ଛାଡି ଦୌଡି ପଳାଇଗଲେ। ସେତେବେଳକୁ ରାତି ୮ଟା ପାଖାପାଖି ହୋଇ ସାରିଥାଏ। ଫୋନ୍‌ର ନେଟ୍‌ଓ୍ବାର୍କ ବି କାମ କରୁ ନଥାଏ। ଅନ୍ଧାରରେ ବାହାରକୁ ବାହାରିବାର ରାସ୍ତା ବି ମିଳୁ ନଥାଏ। ସାଈ ବାବାଙ୍କ କୃପାରୁ ବହୁ କଷ୍ଟରେ ସେଦିନ ଆମେ ଫେରିବାର ରାସ୍ତା ପାଇଥିଲୁ। ଏ ଘଟଣା ମୋ ପାଇଁ ଏକ ଅଭୁଲା ସ୍ମୃତି। ଆଉ ଏ ଚାକିରି ମୋ ପାଇଁ ଗୋଟେ ଚାଲେଞ୍ଜ କହିଲେ ଚଳେ। ଜଙ୍ଗଲକୁ ସୁରକ୍ଷା ଦେବା ସହିତ ପରିବାର କଥା ବୁଝିବାର ଏହି ଯେଉଁ ଗୁରୁଦାୟିତ୍ୱ ମୋତେ ମିଳିଛି, ତାକୁ କିପରି ସୁଚାରୁରୂପେ ତୁଲାଇବି ସେହି ଚେଷ୍ଟାରେ ମୋର ଦିନ ବିତୁଛି। ତା’ ସହିତ ସିଭିଲ୍‌ ସର୍ଭିସ୍‌ ପାଇଁ ବି ଘରୋଇ ଭାବେ ପ୍ରସ୍ତୁତ ହେଉଛି। ମୋତେ ସବୁବେଳେ କିଛି ନା କିଛି ପଢ଼ିବାକୁ ଭଲ ଲାଗେ। ଖାସ୍‌କରି ଭାଗବତ ଗୀତା ଓ ଅବ୍‌ଦୁଲ କଲାମ୍‌ଙ୍କ ଜୀବନୀ ପଢ଼ିବା ମୋର ବେଶି ସଉକ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri