Posted inଫୁରସତ

ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ

ଖୋର୍ଦ୍ଧା ଜିଲା ବଉଳାବନ୍ଧ ନିକଟସ୍ଥ ଇଚ୍ଛାପୁର ଗାଁରେ ମୋ ଜନ୍ମ। ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏସ୍‌ସି ଓ ବି.ଏସ୍‌ସି ପଢିଥିଲି। ତା’ସହିତ ଏନ୍‌ସିସି ପାର୍ଟ-୧ ପରୀକ୍ଷା ଦେଇ ସାର୍ଟିଫିକେଟ୍‌ ବି ପାଇଥିଲି। ତେବେ ବି.ଏସ୍‌ସି ପରେ ଚାଷଙ୍ଗରା ନିକଟସ୍ଥ ଭାଲେରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲି। ସେତେବେଳେ ଏହା ଏକ ବେସରକାରୀ ବିଦ୍ୟାଳୟ ଥିଲା। ତେଣୁ ବିନା ପାରିଶ୍ରମିକରେ ଶିକ୍ଷକତା କରିବାକୁ ପଡୁଥିଲା। ୧୯୮୮ ମାର୍ଚ୍ଚରେ ବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳିଥିଲେ ହେଁ ଦରମା ମିଳିଲା ବେଳକୁ ୧୯୯୦ ଫେବୃୟାରୀ ମାସ ହୋଇଗଲା। ସେତେବେଳକୁ ମୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବି.ଏଡ୍‌ ପାସ୍‌ କରିସାରିଥାଏ। ଯଦ୍ଦ୍ବାରା ସେ ସମୟରେ ମୋତେ ସରକାରୀ ଶିକ୍ଷକ ଭାବେ ବକେୟା ଦରମା ସବୁ ଏକକାଳୀନ ମିଳିଥିଲା ଆଉ ମୁଁ ସେହି ଟଙ୍କାକୁ ନେଇ ବାପାଙ୍କ ହାତରେ ଦେଇଥିଲି। ଯେତେବେଳେ ଦରକାର ପଡୁଥିଲା ବାପାଙ୍କ ପାଖରୁ ଆଣି ଖର୍ଚ୍ଚ କରୁଥିଲି। ପ୍ରାୟ ୨୧ ବର୍ଷ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଛାତ୍ରୀଛାତ୍ରଙ୍କୁ ଏନ୍‌ସିସି ବି ଶିଖାଉଥିଲି। ତା’ସହିତ ଉକ୍ତ ସ୍କୁଲ୍‌ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ମଧ୍ୟ ତୁଲାଉଥିଲି। ଭାଲେରୀ ଉଚ୍ଚ ବିଦ୍ୟାଳୟ ପରେ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ୩ ବର୍ଷ ଶିକ୍ଷକତା କରିବା ପରେ ବଡ଼କୁଳ ଚିଲିକା ନୋଡାଲ ଉଚ୍ଚବିଦ୍ୟାଳୟକୁ ମୋର ବଦଳି ହୋଇଥିଲା। ଯେଉଁଠାରେ ମୁଁ ବର୍ତ୍ତମାନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଅଛି। ଚାକିରି ଜୀବନ ବାଦ୍‌ କବିତା, ଶିଶୁ ନାଟକ, ବିଜ୍ଞାନ ଭିତ୍ତିକ ନାଟକ ଇତ୍ୟାଦି ଲେଖିବାରେ ବି ମୋର ରୁଚି ରହିଛି। ୟା’ଭିତରେ ଧରଣୀ ଝରାଏ ଲୁହ, ପୁଅ ଖୋଲିଦେଲା ବାପାର ଆଖି, ବନରାଜଙ୍କ ବରଦାନ, ଗ୍ରୀନ୍‌ ଏନର୍ଜି, ମୁଁ ହେଲି ସାତପର, ଡିଜିଟାଲ୍‌ ଇଣ୍ଡିଆ, ଫାଇଲିନ୍‌ର ବିଭୀଷିକା, ବୃକ୍ଷ ଫେରାଇଲା ମୋ ପୁଅକୁ ଇତ୍ୟାଦି ବିଜ୍ଞାନ ଭିତ୍ତିକ ନାଟକ ଲେଖିବା ସହ ନିର୍ଦ୍ଦେଶନା ଦେଇ ଛାତ୍ରୀଛାତ୍ରଙ୍କ ଦ୍ୱାରା ପରିବେଷଣ ହୋଇସାରିଲାଣି। ତନ୍ମଧ୍ୟରୁ କିଛି ନାଟକ ଖୋର୍ଦ୍ଧା ଜିଲାସ୍ତରୀୟ ବିଜ୍ଞାନ ଭିତ୍ତିକ ନାଟକ ପ୍ରତିଯୋଗିତାରେ ପରିବେଷଣ ହୋଇ ମୋତେ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ବି ମିଳିସାରିଲାଣି। ତା’ସହିତ ଗଣିତ ଦ୍ୱିତୀୟ ପତ୍ର ନାମକ ଏକ ବହି ବି ମୋର ପ୍ରକାଶିତ ହୋଇସାରିଲାଣି। ଏହି ବହିରେ ମୁଖ୍ୟତଃ ଜ୍ୟାମିତି, ପରିମିତି, ତ୍ରିକୋଣମିତିର ସହଜ ସମାଧାନ ନିମିତ୍ତ ଅନେକ ଆବଶ୍ୟକ ଜାଣିବା କଥାମାନ ରହିଛି। ସେହିପରି ପ୍ରଗତିଶୀଳ ସୃଜନୀ ସଂସଦ(ଏହା ଏକ ଅଗ୍ରଣୀ ସାହିତି୍ୟକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ)ର ମୁଁ ହେଉଛି ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ। ଏହି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ, ବୃକ୍ଷରୋପଣ, ଉତ୍କଳ ଦିବସ ପାଳନ, ମହାବିଷୁବ ସଂକ୍ରାନ୍ତିରେ କବି ସମ୍ମିଳନୀର ଆୟୋଜନ, ସ୍ବର୍ଣ୍ଣଉଷା ନାମକ ବାର୍ଷିକ ସାହିତ୍ୟ ପତ୍ରିକା ଉନ୍ମୋଚନ, ଗୁରୁଦିବସରେ କୃତୀ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଓ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ଶ୍ରେଣୀର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ, ସ୍ଥାନୀୟ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସ୍ବାଧୀନତା ଦିବସ, ଶିଶୁଦିବସ, ଗୁରୁଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ପରିଚାଳନା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଉଛି। କେବଳ ସେତିକି ନୁହେଁ ବାପାଙ୍କ ନାମରେ ବିଶ୍ୱନାଥ ସ୍ବାଇଁ ସ୍ମୃତି ସଂସଦ ବି ମୁଁ ଗଢିଛି। ଏହି ସଂସଦ ତରଫରୁ ମଝିରେ ମଝିରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବା ସହ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ ତଥା ସମାଜସେବୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ବି କରାଯାଇଥାଏ। ଏତଦ୍‌ବ୍ୟତୀତ ଏବେ ମୁଁ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ଖୋର୍ଦ୍ଧା ଜିଲା କାର୍ଯ୍ୟକାରୀ ସଦସ୍ୟର ଦାୟିତ୍ୱ ମଧ୍ୟ ତୁଲାଉଅଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri