Categories: ଖେଳ

ପ୍ରଥମ ଥର ଆଇସିସି ପୂର୍ଣ୍ଣ ସଦସ୍ୟଙ୍କୁ ହରାଇଲା ସିଙ୍ଗାପୁର

ଦୁବାଇ,୩୦।୯: ସିଙ୍ଗାପୁର କ୍ରିକେଟ ଦଳ ରବିବାର ଜିମ୍ବାଓ୍ବେକୁ ହରାଇ ଇତିହାସ ରଚିଛି। ସିଙ୍ଗାପୁର ପ୍ରଥମ ଥର ପାଇଁ ଆଇସିସି ପୂର୍ଣ୍ଣ ସଦସ୍ୟତା ପାଇଥିବା କୌଣସି ଦଳକୁ ହରାଇ ଦେଇଛି। ବର୍ଷା ଯୋଗୁ ୧୮ ଓଭର ବିଶିଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ସିଙ୍ଗାପୁର ଧାର୍ଯ୍ୟ ୧୮ ଓଭରରେ ୯ ଉଇକେଟ ହରାଇ ୧୮୧ ରନ୍‌ କରିଥିଲା। ଦଳର କୌଣସି ଖେଳାଳି ଅର୍ଦ୍ଧଶତକ କରିପାରି ନ ଥିଲେ। ରୋହନ ରଙ୍ଗରାଜନ ୩୯, ସୁରେନ୍ଦ୍ରନ ଚନ୍ଦ୍ରମୋହନ ୨୩, ଟିମ୍‌ ଡେଭିଡ୍‌ ୪୧ ଓ ମନପ୍ରୀତ ସିଂ ୪୧ ରନ୍‌ କରିଥିଲେ। ଜିମ୍ବାଓ୍ବେ ପକ୍ଷରୁ ରିଆନ ବୁର୍ଲ ୩ ଉଇକେଟ ନେଇଥିଲେ। ଜବାବରେ ଅଧିନାୟକ ସିନ ଓ୍ବିଲିୟମ୍ସ ବିସ୍ଫୋରକ ୬୬ ଓ ରେଗିସ ଚକାବ୍‌ଭାଙ୍କ ୪୮ ରନ୍‌ର ଇନିଂସ ସତ୍ତ୍ୱେ ଜିମ୍ବାଓ୍ବେ ଦଳ ବିଜୟ ଲକ୍ଷ୍ୟଠାରୁ ୫ ରନ୍‌ ଦୂରରେ ରହିଯାଇଥିଲା। ଧାର୍ଯ୍ୟ ୧୮ ଓଭରରେ ଜିମ୍ବାଓ୍ବେ ଦଳ ୭ ଉଇକେଟ ହରାଇ ୧୭୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Share