Categories: ଖେଳ

ପ୍ରଥମ ଟେଷ୍ଟ ସଫଳତାକୁ ଦୋହରାଇ ପାରିଲେନି ହିଟ୍‌ମ୍ୟାନ୍‌: ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତର ସ୍କୋର ୭୯/୧

ପୁଣେ,୧୦।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ସଫଳତା ଅର୍ଜନ କରିଥିବା ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରେ ତାକୁ ଦୋହରାଇ ପାରିନାହାନ୍ତି। ମାତ୍ର ୧୪ ରନରେ ରୋହିତ କଗିସୋ ରବାଡାଙ୍କ ଶିକାର ହୋଇଥିଲେ। ଏହାପରେ ମୟଙ୍କ ଅଗ୍ରଓ୍ବାଲ ଏବଂ ଚେତେଶ୍ୱର ପୂଜାର ଭାରତୀୟ ପାଳିକୁ ସମ୍ଭାଳିଥିଲେ। ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତ ଏକ ଉଇକେଟ ହରାଇ ୭୯ ରନ୍‌ ସ୍କୋର କରିଛି। ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତି ନେଇଥିଲେ। ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ହନୁମା ବିହାରୀଙ୍କ ସ୍ଥାନରେ ପେସ୍‌ ବୋଲର୍‌ ଉମେଶ ଯାଦବଙ୍କୁ ଟିମରେ ସ୍ଥାନ ମିଳିଛି।

Share