Posted inଖେଳ

ପ୍ରଥମ ଟେଷ୍ଟ: ନସିମ୍‌ଙ୍କ ହ୍ୟାଟ୍ରିକ୍‌: ବାଂଲାଦେଶର ସଂଘର୍ଷ ଜାରି

ରାଓ୍ବଲପିଣ୍ଡି,୯।୨-ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇନିଂସ ପରାଜୟ ଏଡାଇବାକୁ ବାଂଲାଦେଶ ସଂଘର୍ଷ ଜାରି ରଖିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ପ୍ରଥମ ଇନିଂସରେ ୮୨.୫ ଓଭରରେ ୨୩୩ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ୧୨୨.୫ ଓଭରରେ ୪୪୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ପାକିସ୍ତାନ ପ୍ରଥମ ଇନିଂସରେ ୨୧୨ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ବାଂଲାଦେଶ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪୫ ଓଭରରେ ୬ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରିଛି। ୪ ଉଇକେଟ ହାତରେ ରଖି ବାଂଲାଦେଶ ଏବେ ୮୬ ରନ ପଛରେ ପଡିଛ। ଇନିଂସ ପରାଜୟ ଏଡାଇବା ପାଇଁ ବାଂଲାଦେଶ ୮୭ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ମୋମିନୁଲ ହକ୍‌ ୩୭ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଲିଟନ ଦାସ ବିନା ସ୍କୋରରେ ଅପରାଜିତ ରହିଛନ୍ତି। ପାକିସ୍ତାନର ୧୬ ବର୍ଷୀୟ ପେସର ନସିମ୍‌ ଶାହା ବିଶ୍ୱର ସବକନିଷ୍ଠ ବୋଲର ଭାବେ ହ୍ୟାଟ୍ରିକ ଅର୍ଜନ କରି ବାଂଲାଦେଶର ବିପର୍ଯ୍ୟୟ ଘଟାଇଛନ୍ତି। ସେ ଇନିଂସର ୪୧ତମ ଓଭରର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବଲ୍‌ରେ ଯଥାକ୍ରମେ ନାଜମୁଲ ହୋସେନ ସାଣ୍ଟୋ, ତାଇଜୁଲ ଇସ୍‌ଲାମ ଓ ଅଭିଜ୍ଞ ମହମୁଦୁଲ୍ଲାଙ୍କୁ ଆଉଟ କରି ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ତାମିମ ଇକବାଲ ୩୪, ସୈଫ୍‌ ହାସନ ୧୬, ନାଜମୁଲ ୩୮ ରନ କରି ଆଉଟ ହୋଇଛନ୍ତି। ବୋଲିଂରେ ପାକିସ୍ତାନ ତରଫରୁ ନସିମ ଶାହା ସର୍ବାଧିକ ୪, ୟାସିର ଶାହା ୨ଟି ଉଇକେଟ ହାସଲ କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୪୨/୩ରୁ ପାକିସ୍ତାନ ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ବାବର ଆଜମ ୧୪୩ରୁ ଖେଳ ଆରମ୍ଭ କରି ଅଧିକ ରନ୍‌ ସଂଗ୍ରହ କରି ନ ପାରି ସେହି ସ୍କୋରରେ ଆଉଟ ହୋଇଥିଲେ। ସେହିପିର ୬୦ ରନରୁ ଖେଳ ଆରମ୍ଭ କରି ଆସାଦ ସାଫିକ୍‌ ୬୫ ରନକରି ଆଉଟ ହୋଇଥିଲେ। ସେହିପରି ହାରିସ ସୋହେଲ ୭୫, ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୧୦ ରନ କରି ଆଉଟ ହୋଇଥିବାବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ଆବୁ ଜାଏଦ ଓ ରୁବେଲ ହୁସେନ ୩ଟି ଲେଖାଏ, ତାଇଜୁଲ ଇସ୍‌ଲାମ ୨ ଓ ଇବାଦତ୍‌ ହୋସେନ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୮୨.୫ ଓଭରରେ ୨୩୩ ଅଲଆଉଟ।
ପାକିସ୍ତାନ ପ୍ରଥମ ଇନିଂସ- ୧୨୨.୫ ଓଭରରେ ୪୪୫ ଆଲଆଟ
(ବାବର- ୧୪୩, ଶାନ ମାସୁଦ- ୧୦୦, ସାଫିକ- ୬୫, ସୋହେଲ-୭୫, ଜାଏଦ- ୩/୮୬, ରୁବେଲ- ୩/ ୧୧୩, ତାଇଜୁଲ- ୨/୧୩୯)।
ବାଂଲାଦେଶ ଦ୍ୱିତୀୟ ଇନିଂସ- ୪୫ ଓଭରରେ ୧୨୬/୬
(ନାଜମୁଲ- ୩୮, ମୋମିନୁଲ- ୩୭*, ତାମିମ- ୩୪, ନସିମ- ୪/୨୬, ୟାସିର-


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri