Posted inଖେଳ

ପ୍ରଥମ ଟି୨୦: ବର୍ଷା ପାକିସ୍ତାନକୁ ରକ୍ଷା କଲା

ସିଡ୍‌ନୀ,୩।୧୧(ଏଏଫ୍‌ପି)- ବର୍ଷା ଯୋଗୁ ପାକିସ୍ତାନ ଏକ ନିଶ୍ଚିତ ପରାଜୟରୁ ରକ୍ଷା ପାଇଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ଲଗାତର ବର୍ଷା କାରଣରୁ ବିନା ଫଳାଫଳରେ ଶେଷ ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଏହି ମୁକାବିଲାରେ ଅବଶ୍ୟ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ଥିଲା। ବିଜୟ ହାସଲରୁ ବଞ୍ଚିତ ହୋଇଥିବାରୁ ଅଷ୍ଟ୍ରେଲିଆ ନିରାଶ ହୋଇଛି। ମଙ୍ଗଳବାର କାନବେରାରେ ଦ୍ୱିତୀୟ ଓ ଶୁକ୍ରବାର ପର୍ଥରେ ତୃତୀୟ ଟି୨୦ ମ୍ୟାଚ୍‌ ଖେଳାଯିବ।
ବର୍ଷା ଯୋଗୁ ମ୍ୟାଚ୍‌କୁ ୧୫ ଓଭରକୁ କମାଇ ଦିଆଯାଇଥିଲା। ଅଷ୍ଟ୍ରେଲିଆ ଟସ୍‌ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୧୦୭ ରନ ସଂଗ୍ରହ କରିଥିଲା। ତେବେ ଡକ୍‌ଓ୍ବର୍ଥ ଲୁଇସ- ଷ୍ଟେର୍ନ ନିୟମରେ ଅଷ୍ଟ୍ରେଲିଆ ସମ୍ମୁଖରେ ୧୫ ଓଭରରେ ୧୧୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଅଷ୍ଟ୍ରେଲିଆ ୩.୧ ଓଭରରେ ବିନା କ୍ଷତିରେ ୪୧ ରନ ସଂଗ୍ରହ କରିଥିଲା ଓ ଏତିକି ବେଳେ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌କୁ ବାତିଲ କରିବାକୁ ପଡିଥିଲା। ଓପନର ଡେଭିଡ ଓ୍ବାର୍ନର ୪ ବଲରୁ ୨ ଓ ଅଧିନାୟକ ଆରୋନ ଫିଞ୍ଚ୍‌ ୫ ଚୌକା ଓ ୨ ଛକା ସହ ୧୬ ବଲରୁ ଦ୍ରୁତ ୩୭ ରନ କରି ଅପରାଜିତ ରହିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ତରଫରୁ ଅଧିନାୟକ ତଥା ଓପନର ବାବର ଆଜମ ୩୮ ବଲରୁ ୫ ଚୌକା ଓ ୨ ଛକା ସହ ଅପରାଜିତ ୫୯ ରନ ସଂଗ୍ରହ କରିଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୩୧, ଆସିଫ ଅଲି ୧୧ ରନ କରି ଆଉଟ ହୋଇଥିବାବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ଓ କେନ୍‌ ରିଚାର୍ଡସନ ୨ଟି ଲେଖାଏ, ଆଷ୍ଟନ ଅଗର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ମ୍ୟାଚ୍‌ ବାତିଲ ହେବା କାରଣରୁ ଫିଞ୍ଚ୍‌ ନୈରାଶ୍ୟ ଜାହିର କରିଛନ୍ତି। ଆମେ ଭଲ ଖେଳିଥିଲେ ମଧ୍ୟ ବର୍ଷା ଯୋଗୁ ବିଜୟ ହାତଛଡ଼ା କରିଛୁ ବୋଲି ସେ କହିଛନ୍ତି। ଆଉ ୧୧ଟି ବଲ ବୋଲିଂ କରାଯାଇଥିଲେ, ଫଳାଫଳ ମିଳିପାରିଥାନ୍ତା। କିନ୍ତୁ ୨୦ ମିନିଟର ଇନିଂସ ବ୍ରେକ୍‌ ଦାଉ ସାଧିଥିଲା। ଉଲ୍ଲେଖଥାଉ କି, ଏହା ପୂର୍ବରୁ ଖେଳାଯାଇଥିବା ଟି୨୦ ସିରିଜରେ ଅଷ୍ଟ୍ରେଲିଆ ୩-୦ରେ ଶ୍ରୀଲଙ୍କାକୁ ହରାଇ କ୍ଲିନ୍‌ ସୁଇପ କରିଥିଲା। ସେହିପରି ଟି୨୦ର ଏକ ନମ୍ବର ଦଳ ପାକିସ୍ତାନ ଘରୋଇ ପରିବେଶରେ ଶ୍ରୀଲଙ୍କାଠାରୁ ୩-୦ରେ ପରାସ୍ତ ହୋଇ ହ୍ବାଇଟ୍‌ଓ୍ବାସ୍‌ର ସମ୍ମୁଖୀନ ହୋଇଥିଲା।
ସଂକ୍ଷପ୍ତ ସ୍କୋର:
ପାକିସ୍ତାନ ୧୫ ଓଭରରେ ୧୦୭/୫
(ବାବର- ୫୯*, ରିଜଓ୍ବାନ- ୩୧, ଷ୍ଟାର୍କ- ୨/୨୨, ରିଚାର୍ଡସନ- ୨/୧୬, ଅଗର- ୧/୨୩ )।
ଅଷ୍ଟ୍ରେଲିଆ ୩.୧ ଓଭରରେ ୪୧/୦
(ଫିଞ୍ଚ୍‌- ୩୭*, ଓ୍ବାର୍ନର- ୨*)।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri