ପ୍ରଥମେ ଶାହରୁଖ ପରେ ଅନିଲ

‘ସ୍ଲମଡଗ୍‌ ମିଲିୟନେୟାର’ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ନିର୍ଦ୍ଦେଶକ ଡ୍ୟାନି ବୋୟଲେ ଯେତେବେଳେ ଏହାର କାଷ୍ଟିଂ ପାଇଁ ଚିନ୍ତା କଲେ ସେତେବେଳେ ତାଙ୍କ ମନକୁ ପ୍ରଥମେ ଶାହରୁଖ ଖଁ।ଙ୍କ ନାମ ଆସିଥିଲା। ହେଲେ କେତେକ କାରଣରୁ ଶାହରୁଖ ଏଥିରେ ଅଭିନୟ କରିବାକୁ ରାଜି ହୋଇ ନ ଥିଲେ। ଶେଷରେ ଅନିଲ କପୁରଙ୍କୁ ଯୋଗାଯୋଗ କରାଯାଇଥିଲା ଏବଂ ସେ ସମ୍ମତି ପ୍ରଦାନ କରିଥିଲେ। ଫିଲ୍ମଟି ମଧ୍ୟ ଅନିଲଙ୍କ କ୍ୟାରିୟରକୁ ବେଶ୍‌ ମାଇଲେଜ ଦେଇଥିଲା।

Share