ପ୍ରଥମେ ଭୋଟଦାନ ପରେ ପାଣିଗ୍ରହଣ: ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ବର

ରାୟପୁର,୨୩।୪: ଛତିଶଗଡ଼ ଜଶପୁରରେ ଜଣେ ବର ବିବାହ କରିବା ପୂର୍ବରୁ ମଙ୍ଗଳବାର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଏହାପରେ ନିର୍ଦ୍ଧାରିତ ସମୟଠାରୁ ଅଢ଼େଇଘଣ୍ଟା ବିଳମ୍ବରେ ବରଯାତ୍ରୀ କନ୍ୟାଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ସ୍ଥାନୀୟ ତପକରା ଥାନା ଅଞ୍ଚଳରେ ଥିବା ଆମାଡ଼ିହା ଗାଁରେ ଘଟିଛି ଏହି ଘଟଣା। କେତେକ ବର ପ୍ରଦୀପ ରାମଙ୍କୁ ଭୋଟ ନ ଦେଇ ଶୀଘ୍ର ବାହାରିବାକୁ କହିଥିଲେ। ତେବେ ଏଥିରେ ପ୍ରଦୀପ ଅମଙ୍ଗ ହୋଇଥିଲେ। ସେ କହିଥିଲେ ପ୍ରଥମେ ଭୋଟଦାନ ପରେ ପାଣିଗ୍ରହଣ। ସେ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ପଗଡ଼ି ପିନ୍ଧି ପୋଲିଂ ବୁଥ୍‌ରେ ପହଞ୍ଚିଥିଲେ। ଏହାପରେ କନ୍ୟାଘର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା।

Share