ପ୍ରଥମଥର ପାଇଁ ଶୈଫିନାଙ୍କ ସହ ନଜର ଆସିଲେ ଜାହାଙ୍ଗିର

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । କିଛିମାସ ପୂର୍ବେ ଏହି ଦମ୍ପତି ଦ୍ୱିତୀୟ ସନ୍ତାନର ମାତାପିତା ହୋଇଥିଲେ । ହେଲେ ତାଙ୍କ ପ୍ରଥମ ସନ୍ତାନ ତୈମୁର ଅଲି ଖାଁ ଖୁବ୍ କମ୍ ବୟସରୁ ଯେମିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ଠିକ୍ ସେମିତି ତାଙ୍କ ଦ୍ୱିତୀୟ ସନ୍ତାନ ଜାହାଙ୍ଗିର ବି ସମସ୍ତଙ୍କ୍ ଦୃଷ୍ଟି ଆକର୍ଷଣ କରିଛନ୍ତି । କିଛିମାସ ହେବ ଜାହାଙ୍ଗିରଙ୍କ ପ୍ରଥମ ଝଲକ ଦେଖିବାକୁ ପ୍ରଶଂସକ ମାନେ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ନିକଟରେ ସାମ୍ନାକୁ ଆସିଛି ଜାହାଙ୍ଗିରଙ୍କ ପ୍ରଥମ ଝଲକ । ମାତାପିତାଙ୍କ ସହ ବ୍ଲୁ କଲର ବଡି ଶୁଟରେ ତୈମୁରଙ୍କଠାରୁ ବି ବେଶ୍ କ୍ୟୁଟ ଲାଗୁଛନ୍ତି ଏହି ଷ୍ଟାର କିଡ୍ । ତାଙ୍କର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନାଁକୁ ନେଇ ଶୈଫିନାଙ୍କ ସାନପୁଅ ଯେତିକି ଚର୍ଚ୍ଚିତ ଏବେ ତାଙ୍କର କ୍ୟୁଟନେସ୍ ବି ସେତିକି ଚର୍ଚ୍ଚାକୁ ଆସିଛି ।

Share