Posted inଜାତୀୟ

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ ସାମିଲ ହିତାଧିକାରୀମାନେ ସିଧାସଳଖ ବିଭିନ୍ନ ସରକାରୀ ସୁବିଧା ପାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଏବେ ଏହି ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠିଛି। ମିଳିଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି ଯେ, ଏହି ଯୋଜନାରେ ଖୋଲାଯାଇଥିବା ପ୍ରତି ୪ ଆକାଉଣ୍ଟରୁ ଗୋଟିଏ ଆକାଉଣ୍ଟ ଅଚଳ ଥିବାବେଳେ ପାଖାପାଖି ୫.୭୨ କୋଟି ଆକାଉଣ୍ଟ ଜିରୋ ବାଲାନ୍ସରେ ଚାଲିଛି ଅର୍ଥାତ୍‌ ଉକ୍ତ ଆକାଉଣ୍ଟରେ ଆଦୌ ଟଙ୍କା ନାହିଁ। ଏପରି କି ୧୫ କୋଟିରୁ ଅଧିକ ଆକାଉଣ୍ଟ ନିଷ୍କ୍ରିୟ ରହିଛି। ସର୍ବାଧିକ ଶୂନ୍ୟ ବାଲାନ୍ସ ଏବଂ ନିଷ୍କ୍ରିୟ ଆକାଉଣ୍ଟ ତାଲିକାର ଶୀର୍ଷରେ ଉତ୍ତରପ୍ରଦେଶ ରହିଛି।

ଜୟପୁର, ୭ା୯(ପି.ଟି.): ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍‌ଜେଡିଓ୍ବାଇ)ରେ ୫୯,୦୩,୭୪,୯୦୭ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବାବେଳେ ଗତ ଅଗଷ୍ଟ ୧୨ ସୁଦ୍ଧା ସେଥିରେ ଥିବା ମୋଟ ଜମାରାଶି ପରିମାଣ ୩,୧୫,୧୭୯.୯୦ କୋଟି ଟଙ୍କାରୁ ଅଧିକ। ଆକ୍ଟିଭିଷ୍ଟ ଚନ୍ଦ୍ରଶେଖର ଗୌରଙ୍କ ଆବେଦନ ଉପରେ ଅର୍ଥ ମନ୍ତ୍ରଣାଳୟର ଆର୍ଥତ୍କ ସେବା ବିଭାଗ ଏହି ତଥ୍ୟ ଦେଇଛି। ମୋଟ ଜନଧନ ଆକାଉଣ୍ଟ ମଧ୍ୟରୁ ୩୨.୮୯ କୋଟି ମହିଳା ଏବଂ ତୃତୀୟ ଲିଙ୍ଗଙ୍କ ନାମରେ ଥିବାବେଳେ ପୁରୁଷଙ୍କ ନାମରେ ୨୬.୧୪ କୋଟି ଆକାଉଣ୍ଟ ରହିଛି। ତଥ୍ୟ ଅନୁଯାୟୀ, ୫,୭୨,୩୫,୪୯୦ଟି ଆକାଉଣ୍ଟରେ ଶୂନ ବାଲାନ୍ସ ଥିବାରୁ ସେଗୁଡ଼ିକୁ ଅଚଳ ବୋଲି ଦର୍ଶାଯାଇଛି। ଦେଶର ସମସ୍ତଙ୍କୁ ବ୍ୟାଙ୍କ ସେବା ସହ ଯୋଡ଼ିବା ଲକ୍ଷ୍ୟରେ ୨୦୧୪ ଅଗଷ୍ଟରେ ପିଏମ୍‌ଜେଡିଓ୍ବାଇକୁ ଏକ ଜାତୀୟ ମିଶନ ଭାବେ ଶୁଭାରମ୍ଭ କରାଯାଇଥିଲା। ପ୍ରତି ପରିବାରରେ ଅନୂ୍ୟନ ଗୋଟିଏ ମୌଳିକ ବ୍ୟାଙ୍କ ଆକାଉଣ୍ଟ, ଆର୍ଥତ୍କ ସାକ୍ଷରତା ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ ଥିଲା।
ଉତ୍ତରପ୍ରଦେଶରେ ସର୍ବାଧିକ ୯୫.୯୨ ଲକ୍ଷ ଜିରୋ ବାଲାନ୍ସ ପିଏମ୍‌ଜେଡିଓ୍ବାଇ ଆକାଉଣ୍ଟ ରହିଥିବାବେଳେ ଏହା ପଛକୁ ବିହାରରେ ୬୨.୩୫ ଲକ୍ଷ, ପଶ୍ଚିମବଙ୍ଗରେ ୩୭.୨୦ ଲକ୍ଷ, ଆସାମରେ ୩୬.୩୦ ଲକ୍ଷ ଏବଂ ମହାରାଷ୍ଟ୍ରରେ ୩୬.୦୪ ଲକ୍ଷ ଜିରୋ ବାଲାନ୍ସ ଆକାଉଣ୍ଟ ରହିଛି। ସେହିପରି ଉତ୍ତରପ୍ରଦେଶରେ ୩.୨୩ କୋଟି, ବିହାରରେ ୧.୫୯ କୋଟି, ମଧ୍ୟପ୍ରଦେଶରେ ୧.୩୫ କୋଟି, ପଶ୍ଚିମବଙ୍ଗରେ ୧.୦୨ କୋଟି ଏବଂ ମହାରାଷ୍ଟ୍ରରେ ୯୭.୯୪ ଲକ୍ଷ ଅଚଳ ଜନଧନ ଅଚଳ ଆକାଉଣ୍ଟ ରହିଛି। ସେହିପରି ଉତ୍ତରପ୍ରଦେଶରେ ସର୍ବାଧିକ ୧୦.୫୧ କୋଟି ଜନଧନ ଆକାଉଣ୍ଟ ଖୋଲିଥିବାବେଳେ ବିହାରରେ ୭.୦୧ କୋଟି, ପଶ୍ଚିମବଙ୍ଗରେ ୫.୭୩ କୋଟି, ରାଜସ୍ଥାନରେ ୩.୮୭ କୋଟି ଏବଂ ମହାରାଷ୍ଟ୍ରରେ ୩.୮୫ କୋଟି ଜନଧନ ଆକାଉଣ୍ଟ ଖୋଲିଥିଲା। ସେପ୍ଟେମ୍ବର ୧ରେ ମିଳିଥିବା ଆର୍‌ଟିଆଇ ଉତ୍ତରରେ କୁହାଯାଇଛି, କେନ୍ଦ୍ର ସରକାର ପିଏମ୍‌ଜେଡିଓ୍ବାଇ ଆକାଉଣ୍ଟରେ ଥିବା ଜମାରାଶି, ଶୂନ ବାଲାନ୍ସ ଆକାଉଣ୍ଟ ଏବଂ ଅଚଳ ଆକାଉଣ୍ଟଗୁଡ଼ିକର ଲିଙ୍ଗଗତ ପୃଥକ ତଥ୍ୟ ସଂଗ୍ରହ କରନ୍ତି ନାହିଁ। ୧୦୦ ଟଙ୍କାରୁ କମ୍‌ ରାଶି ଥିବା
ବ୍ୟାଙ୍କ ଖାତା, ଗତ ୫ ବର୍ଷରେ ବନ୍ଦ ହୋଇଥିବା ଆକାଉଣ୍ଟ ଏବଂ ସନ୍ଦିଗ୍ଧ କାରବାର କିମ୍ବା ସାଇବର ଜାଲିଆତି କାରଣରୁ ଅଚଳ ଥିବା ଆକାଉଣ୍ଟଗୁଡ଼ିକ ସମ୍ପର୍କରେ କେନ୍ଦ୍ରୀୟ ଭାବେ ତଥ୍ୟ ଉଲ୍ଲେଖ କରାଯାଇ ନ ଥିବା ଆର୍‌ଟିଆଇ ଉତ୍ତରରେ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri