ପ୍ରତି ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ସରକାର ବର୍ତ୍ତମାନ ପ୍ରତ୍ୟେକ ସ୍କୁଲର ଗୋଟିଏ କ୍ଲାସ ପିଛା ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହାକୁ ସଫଳ କରିବା ପାଇଁ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି। ସେହି ଅନୁଯାୟୀ ରାଜ୍ୟରେ ଚାଲିଥିବା ପାଖାପାଖି ୫୪ହଜାର ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୫,୮୦୦ ସରକାରୀ ବିଦ୍ୟାଳୟକୁ ଖୁବ୍‌ଶୀଘ୍ର ବନ୍ଦ କରିଦିଆଯିବ। ଯେଉଁସବୁ ବିଦ୍ୟାଳୟରେ ୨୦ଜଣରୁ କମ୍‌ ଛାତ୍ରୀଛାତ୍ର ପାଠ ପଢୁଛନ୍ତି ସେଗୁଡ଼ିକ ପ୍ରଥମେ ବନ୍ଦ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୧୦ଜଣରୁ କମ୍‌ ଛାତ୍ରୀଛାତ୍ର ପାଠ ପଢୁଥିବା ସ୍କୁଲଗୁଡିକ ବନ୍ଦ କରିଦେବା ଉପରେ ସରକାର ନିଷ୍ପତ୍ତି ନେଇଥିଲେ। ଏହିଭଳି ରାଜ୍ୟର ମୋଟ ୭୪୦ଟି ସ୍କୁଲକୁ ସରକାର ବନ୍ଦ କରି ସାରିଥିବା ଜଣାପଡିଛି। ଏହିସବୁ ବିଦ୍ୟାଳୟର ପିଲାମାନଙ୍କୁ ନିକଟସ୍ଥ ସ୍କୁଲରେ ମାଗଣାରେ ସରକାର ନାମ ଲେଖାଇବା ସହିତ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରିଛନ୍ତି। ସେହି ଢାଞ୍ଚାରେ ବର୍ତ୍ତମାନ ୨୦ରୁ କମ୍‌ ପିଲା ପଢୁଥିବା ସ୍କୁଲ ବନ୍ଦ କରିଦେଇ ସେହି ଛାତ୍ରୀଛାତ୍ରମାନଙ୍କୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବାର ବ୍ୟବସ୍ଥା କରାଯାଉଛି। ଏହାସହ ଯେଉଁ ବିଦ୍ୟାଳୟଗୁଡିକରେ ଭିତ୍ତିଭୂମି ଠିକ୍‌ ଥିବ ସେଠାରେ ହିଁ ପିଲାଙ୍କ ନାମ ଲେଖାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବନ୍ଦ ହେବାକୁ ଥିବା ସ୍କୁଲଗୁଡିକର ଶିକ୍ଷକମାନଙ୍କୁ ଯେଉଁ ବିଦ୍ୟାଳୟରେ ପିଲାମାନଙ୍କ ଅନୁପାତ ଠିକ୍‌ ଥାଇ ଶିକ୍ଷକମାନଙ୍କ ସଂଖ୍ୟା କମ୍‌ ଥିବ ସେଠାରେ ନିଯୁକ୍ତି ଦିଆଯିବ। ଅପରପକ୍ଷରେ ସବୁ ବିଦ୍ୟାଳୟରେ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଅନୁପାତ ଠିକ୍‌ ରଖାଯିବ ବୋଲି ଜଣାପଡିଛି। ଯେଉଁସବୁ ବିଦ୍ୟାଳୟ ବନ୍ଦ କରିଦିଆଯିବ ସେହିସବୁ ସ୍କୁଲ ଗୃହଗୁଡ଼ିକ ସରକାରଙ୍କ ପଞ୍ଚାୟତ ଅଧୀନକୁ ଯିବ। ବନ୍ଦ ହେବାକୁ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକର ସମ୍ପତ୍ତି ଉକ୍ତ ଗ୍ରାମପଞ୍ଚାୟତ ଅଧୀନରେ ରହିବ। ସେହିପରି ଉଚ୍ଚ ବିଦ୍ୟାଳୟଗୁଡିକର ସମ୍ପତ୍ତି ପଞ୍ଚାୟତ ସମିତି ଅଧୀନରେ ରଖାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ଏହାଛଡ଼ା ୪୦ରୁ କମ୍‌ ପିଲା ପାଠ ପଢୁଥିବା ବିଦ୍ୟାଳୟଗୁଡିକୁ ମଧ୍ୟ ସରକାର ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ହେଲେ ସବୁ ସ୍ଥାନରେ ଏହା କାର୍ଯ୍ୟକାରୀ ହେବନାହିଁ। ଯେଉଁ ସ୍କୁଲ ବନ୍ଦ କରାଯିବ ତା’ର ନିକଟସ୍ଥ ୧ କି.ମି. ପରିଧି ମଧ୍ୟରେ ଯଦି କୌଣସି ସରକାରୀ ସ୍କୁଲ ଥିବ ତେବେ ସେଠାରେ ଉକ୍ତ ନିଷ୍ପତ୍ତି ଲାଗୁ କରାଯିବ। ଯଦି ୧ କି.ମି. ପରିଧି ମଧ୍ୟରେ କୌଣସି ସରକାରୀ ସ୍କୁଲ ନ ଥିବ ତେବେ ୪୦ରୁ କମ୍‌ ପିଲା ପଢୁଥିବା ବିଦ୍ୟାଳୟଗୁଡିକୁ ସରକାର ବନ୍ଦ କରିବେ ନାହିଁ। ସବୁ ଜିଲାର ଜିଲାପାଳଙ୍କ ଅଧୀନରେ ଜିଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନେଇ ଏକ କମିଟି ରହିଛି, ସେମାନେ ହିଁ ଏହା ଉପରେ ନିଷ୍ପତ୍ତି ନେବେ। ସେହିଭଳି ସ୍କୁଲ ପାଖରେ ଯଦି ଜାତୀୟ ରାଜପଥ, ନଦୀ, ହ୍ରଦ, ପାହାଡ ଆଦି ରହିଥିବ ସେ ସ୍ଥାନରେ ସ୍କୁଲଗୁଡିକରେ କମ୍‌ ଉପସ୍ଥାନ ଥିଲେ କ’ଣ ହେବ ସେନେଇ ମଧ୍ୟ ଜିଲାପାଳଙ୍କ ଅଧୀନରେ ରହିଥିବା କମିଟି ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri