ପ୍ରତିଷ୍ଠା ହେବ ନୂଆ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କାବିଲ

ନୂଆଦିଲ୍ଲୀ,୨-୮: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କୋ), ହିନ୍ଦୁସ୍ତାନ କପର ଲିମିଟେଡ(ଏଚ୍‌ସିଏଲ୍‌) ଏବଂ ମିନେରାଲ ଏକ୍ସପ୍ଲୋରେଶନ କମ୍ପାନୀ ଲିମିଟେଡ(ଏମଇସିଏଲ୍‌) ଭଳି ୩ ରାଷ୍ଟ୍ରାୟତ୍ତ ସଂସ୍ଥା ମିଳିତ ହୋଇ ନୂଆ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କାବିଲ ସ୍ଥାପନ କରିବେ। କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାହ ଯୋଶୀ ଏ ନେଇ ସୂଚନା ଦେଇଛନ୍ତି। ନୂଆ କମ୍ପାନୀରେ ଉକ୍ତ ୩ କମ୍ପାନୀର ସହଭାଗିତା ଅନୁପାତ ଯଥାକ୍ରମେ ୪୦:୩୦:୩୦ ରହିଛି। ଘରୋଇ ବଜାରକୁ ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଖଣିଜ ସାମଗ୍ରୀର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଖଣିଜ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ରପ୍ତାନି ନିର୍ଭରଶୀଳତା କମାଇବା ଲକ୍ଷ୍ୟକୁ ଏହା ବାସ୍ତବ ରୂପ ଦେବ ବୋଲି ଯୋଶୀ କହିଛନ୍ତି।
ସେ କହିଛନ୍ତି, ପରିବହନ ଏବଂ ଉତ୍ପାଦନ କ୍ଷେତ୍ର ଲାଗି ଖଣି ଏବଂ ଧାତବ ସାମଗ୍ରୀର ସ୍ଥାୟୀ ଉତ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୧୫ର ପ୍ୟାରିସ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବା ଲାଗି ଭାରତ ଶପଥ ନେଇଥିଲା। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଧାର କରି ସରକାର ଦେଶ ମଧ୍ୟରେ ଇ-ଯାନ ଚଳାଚଳକୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ ବିଚାର କଲେ ବ୍ୟାଟେରୀ ମାଧ୍ୟମରେ ଇନ୍ଧନ ସଞ୍ଚୟର ଆବଶ୍ୟକତାକୁ ଉପଲବ୍ଧି କରିବାକୁ ହେବ ବୋଲି ଯୋଶୀ ମତ ରଖିଛନ୍ତି।
ସେ କହିଲେ ଯେ, ବିମାନ ଚଳାଚଳ, ପ୍ରତିରକ୍ଷା ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ହାଲ୍‌କା ଏବଂ ଉଚ୍ଚ ଯାନ୍ତ୍ରିକ ଦକ୍ଷତା ଥିବା ଖଣିଜ ଦ୍ରବ୍ୟର ଆବଶ୍ୟକତା ରହିବ। ସ୍ବଳ୍ପ ସମ୍ପଦ ଆଧାର ରହିଥିବା ୧୨ ମୂଲ୍ୟବାନ ଖଣିଜ ଦ୍ରବ୍ୟ ମଧ୍ୟରୁ ଲିଥିୟମ ଏବଂ କୋବାଲଟ ଗୁରୁତ୍ୱପୂର୍ଣ୍ଣ। ଦେଶ ମଧ୍ୟରେ ଖଣିଜ ଦ୍ରବ୍ୟର ଆବଶ୍ୟକତା ପୂରଣ, ବାଣିଜି୍ୟକ ଉପଯୋଗ ଲାଗି ବିଦେଶରେ ଖଣିଜ ସାମଗ୍ରୀ ଠାବ, ଅଧିଗ୍ରହଣ, ଉତ୍ତୋଳନ, ବିକାଶ,ଖନନ ଏବଂ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ନୂଆ କମ୍ପାନୀ କାର୍ଯ୍ୟ କରିବ। ସେହିଭଳି ଖଣିଜ ଉତ୍ସ ଥିବା ଦେଶରେ ବାଣିଜି୍ୟକ ସୁଯୋଗ, ଜିଟୁଜି ସହଭାଗିତା, ଖଣିଜ ସମ୍ପତ୍ତିର ରଣନୈତିକ ଅଧିଗ୍ରହଣ ଏବଂ ନିବେଶ ଦ୍ୱାରା ଖଣିଜ ସଂଗ୍ରହ ଉପରେ ଏହା ଧ୍ୟାନ କେନ୍ଦ୍ରିତ କରିବ। ଅଷ୍ଟ୍ରେଲିଆ, ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ଭଳି ଖଣି ସମୃଦ୍ଧ ରାଷ୍ଟ୍ର ସହ ସହଭାଗିତା ସ୍ଥାପନରେ ଏହି କମ୍ପାନୀ କାର୍ଯ୍ୟ କରିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri