ବ୍ୟାଙ୍କିଙ୍ଗ ଉଦ୍ୟୋଗ ମହଙ୍ଗା ଭତ୍ତା ୬୮.୧%

ଭୁବନେଶ୍ୱର,୨-୮(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମେ’ ମାସରେ ୩୧୪ ପଏଣ୍ଟ ଥିଲା। ଏହା ଜୁନରେ ୨ ପଏଣ୍ଟ ବଢି ୩୧୬ ପଏଣ୍ଟ ହୋଇଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୩୩ ପଏଣ୍ଟ ଥିଲା। ଏଥିରେ ୧ ପଏଣ୍ଟ କମି ୩୩୨ ପଏଣ୍ଟ ହୋଇଛି। ରାଉରକେଲାରେ ଏହା ୩୧୭ ପଏଣ୍ଟ ଥିବା ବେଳେ ଏଥିରେ ୨ ପଏଣ୍ଟ ବଢି ୩୧୯ ପଏଣ୍ଟ ଛୁଇଁଛି।
ଜାନୁୟାରୀ ୮ ଏବଂ ୯ରେ ସିଜିଏମ୍‌ଙ୍କଠାରୁ ମେସେଞ୍ଜରଙ୍କ ପର୍ଯ୍ୟନ୍ତ ଯେଉଁ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିଥିଲେ, ସେମାନେ ବର୍ତ୍ତମାନ ୬୪.୫% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୩.୬% ବୃଦ୍ଧି ଘଟି ୬୮.୧% ହୋଇଛି। ଅଗଷ୍ଟ ପହିଲାରୁ ଏହା ଲାଗୁ ହେବ। ଓଡ଼ିଶାରେ ୩ ଲକ୍ଷ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଓ କର୍ମଚାରୀ ୧୯୮୨ରୁ ପେନସନ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରି ଆସୁଛନ୍ତି। ଜାନୁୟାରୀ ୨୧ରେ ରାଜ୍ୟପାଳ ଗଣେଶି ଲାଲଙ୍କୁ ଏମାନେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବୁଧବାର ବିଭିନ୍ନ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ ଅବସର ନେଇଛନ୍ତି।
ବୀମା କର୍ମଚାରୀମାନେ ବର୍ତ୍ତମାନ ୫୭.୮% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୩.୬% ବୃଦ୍ଧି ଘଟି ୬୧.୪% ହୋଇଛି। ଏହି ବର୍ଦ୍ଧିତ ଡିଏ ଅଗଷ୍ଟ ପହିଲାରୁ ସେମାନେ ପାଇବେ। ଅବସରପ୍ରାପ୍ତ ଓ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ୧୨% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୫% ବୃଦ୍ଧି ଘଟି ୧୭% ହୋଇଛି। ଏମାନେ ୨୦୧୯ ଜୁଲାଇ ପହିଲାରୁ ଏହି ବର୍ଦ୍ଧିତ ଡିଏ ପାଇବେ। ଜୁନରେ ରିଜର୍ଭ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ କୌଣସି ମହଙ୍ଗା ଭତ୍ତାରେ କୌଣସି ପରିବର୍ତ୍ତନ ହୁଏ ନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର, ଡେପୁଟି ଗଭର୍ନର, ସମସ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏବଂ ମହୀଶୂର ଓ ଶାଳବଣି ନୋଟ୍‌ ଛାପା କାରଖାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ସମସ୍ତ ବ୍ୟାଙ୍କର ସିଏମ୍‌ଡି ମାନେ ମଧ୍ୟ ୧୭% ମହଙ୍ଗା ଭତ୍ତା ପାଇବେ। ଏହା ଜୁଲାଇ ପହିଲାରୁ ଲାଗୁ ହେବ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ବର୍ତ୍ତମାନ ୧୪୬.୭% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୩.୪୪% ବଢିି ୧୫୦.୧୪% ହୋଇଛି। ଏମାନେ ଏହି ବର୍ଦ୍ଧିତ ଡିଏ ଅକ୍ଟୋବର ପହିଲାରୁ ପାଇବେ।
ସେପ୍ଟେମ୍ବର ୪ ଏବଂ ୫ ଦୁଇ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ପେନ୍‌ସନ ଏବଂ ପେନ୍‌ସନ ସଂଶୋଧନ ପାଇଁ ଯେଉଁ ଧର୍ମଘଟ ଡାକରା ଦେଇଥିଲେ ତାହା ସ୍ଥଗିତ ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧ ହଜାର ଅବସରପ୍ରାପ୍ତ ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କର ପେନସନ ସଂଶୋଧନ କରାଯାଇଛି। ପ୍ରାୟ ୩,୦୦୦ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ପେନସନକୁ ଅପେକ୍ଷା କରିଛନ୍ତି। ଗୁରୁବାର ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମାସିକ ସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri