ପ୍ରତିଶ୍ରୁତି ମିଳିଲା, ମିଳିନି ମୌଳିକ ସୁବିଧା

ଖପ୍ରାଖୋଲ, ୩୦ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ରାଜସ୍ବ ଗାଁ। ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗାଁରେ ୨୦ଆଦିବାସୀ ପରିବାରର ଶହେରୁ ଊର୍ଦ୍ଧ୍ୱ ଲୋକେ ବାସ କରନ୍ତି। କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗ୍ରାମବାସୀ ଜୀବିକା ନିବାହ କରିଥାନ୍ତି। ମହୁଲପାଲି ଏକ ରାଜସ୍ବ ଗାଁ ହୋଇଥିଲେ ମଧ୍ୟ ଗାଁକୁ ଭଲ ରାସ୍ତାନାହିଁ। ଗାଁ ଚାରିପାଖେ ଘେରି ରହିଛି ଚିରସ୍ରୋତା ଝରଣା। ଭଲ ରାସ୍ତା ନ ଥିବାରୁ ବର୍ଷାଦିନେ ଲୋକଙ୍କ ଦୁଃଖ ଦ୍ବିଗୁଣିତ ହୋଇଥାଏ। ଗାଁରେ ଏକ ସୌରଶକ୍ତି ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ ହୋଇଥିଲ। ହେଲେ ବର୍ଷ ନ ପୁରୁଣୁ ଅଚଳ ହୋଇଗଲା। ଫଳରେ ଗ୍ରାମବାସୀ ଗୋଟିଏ ନଳ କୂଅ ଉପରେ ଭରଷା କରି ଚଳୁଛନ୍ତି । ଅନ୍ୟ ସମୟରେ ଝରଣା ପାଣି ହିଁ ପାନୀୟ ଜଳର ଉତ୍ସ ପାଲଟିଛି। ସେହିପରି ଗାଁରେ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ନ ଥିବାରୁ କୁନ ପିଲା୨କି.ମି.ରୁ ଅଧିକ ଦୂର ହେବ କନ୍ଦରାଭଟା ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଉଛନ୍ତ। ବର୍ଷା ଦିନେ ନାଳ ଓ ଝରଣାରେ ଅଧିକ ପାଣି ପ୍ରବାହିତ ହେବା ଯୋଗୁ ପାଠପଢା ପ୍ରାୟ ବନ୍ଦ ରହିଥାଏ। ଗାଁ ଲୋକେ ରୋଗରେ ପଡିଲେ କାନ୍ଧରେ ବୋହି ନାଳ ପାର ହେଲା ପରେ ଆମ୍ବୁଲାନ୍ସ କିମ୍ବା ଗାଡ଼ିରେ ଡାକ୍ତରଖାନ ଯାଇଥାନ୍ତି। ୬ବର୍ଷ ତଳେ ତତ୍କାଳୀନ ପାଟଣାଗଡ଼ ଉପ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ମହୁଲପାଲି ଗାଁକୁ ଯାଇ ସେବାସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ରାସ୍ତା ସହ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହି ଯାଇଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ବିଡିଓ ରଶ୍ମି ରଞ୍ଜନ ରାଉତଙ୍କୁ ପଚାରିବାରୁ ସମସ୍ୟା ବୁଝି ତୁରନ୍ତ ରାସ୍ତା ଓ ପୋଲ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେବୁ। ଏଥିସହ ଅନ୍ୟାନ୍ୟ ମୌଳିକ ସୁବିଧା ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri