ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ନିଜକୁ ଦଣ୍ଡ ଦେଲେ ମେୟର: ମହିଳାଙ୍କ ପୋଷାକ ପିନ୍ଧି ବୁଲିଲେ

ମେକ୍ସିକୋ ସିଟି,୬।୮: ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ଜଣେ ମେୟର ନିଜକୁ ଦଣ୍ଡ ଦେଇଛନ୍ତି। ସେ ସର୍ବସାଧାରଣ ସ୍ଥଳରେ ମହିଳାଙ୍କ ପୋଷାକ ପିନ୍ଧି ବୁଲିଛନ୍ତି।  ମେକ୍ସିକୋର ଚିୟାପାସ୍‌ ସ୍ଥିତ ସୈନ୍‌ ଏଣ୍ଡ୍ରସ୍‌ ପ୍ୟୁଟୋ ରିକୋ ସହରର ମେୟର ଜୋବିୟର ଜେମିନେଜ୍‌ ଏଭଳି କରିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମେୟରଙ୍କ ସହିତ ଜଣେ ଅଧିକାରୀ ଥିବା କୁହାଯାଉଛି। ମେୟର ଲମ୍ବା ସ୍କର୍ଟ ଏବଂ ଧଳା ବ୍ଳାଉଜ୍‌ ପିନ୍ଧି ଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ମେୟର ୧.୮ କୋଟି ଟଙ୍କା ନିଜର ବନ୍ଧୁବାନ୍ଧବଙ୍କୁ ବାଣ୍ଟି ଦେଇଥିବା ଅଭିଯୋଗ ହୋଇଛି।

Share