ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ସୁରକ୍ଷାକର୍ମୀ

ବଡ଼ବିଲ,୨୦।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପରିଚାଳକ (ଓଏମସି ଆରଏମ) କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଖଣିରେ ନିୟୋଜିତ ସୁରକ୍ଷାର୍ମୀମାନେ ବିଭିନ୍ନ ଦାବି ନେଇ ଶ୍ରମିକ ସଂଗଠନ ଆଇଟିୟୁସି ନେତୃତ୍ୱରେ ଶନିବାର ପୂର୍ବାହ୍ନରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଠିକାସଂସ୍ଥା ପକ୍ଷରୁ ଦାବି ପୂରଣ ନିମନ୍ତେ ଚୁକ୍ତିନାମା ସ୍ବାକ୍ଷର ପରେ ସୁରକ୍ଷାକର୍ମୀମାନେ ଅପରାହ୍ନରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁ୍‌ଯାୟୀ, ବଡ଼ବିଲସ୍ଥିତ ଓଡିଶା ଖଣି ନିଗମର ଆଞ୍ଚଳିକ ପରିଚାଳକ(ଓଏମସି ଆରଏମ)ଙ୍କ କାର୍ଯ୍ୟାଳୟ ଅଧୀନରେ ବଡ଼ବିଲ, ଗୁରୁଡା, ଦୁବୁନା, ଖଣ୍ଡବନ୍ଧ, ସେରେଣ୍ଡା ସହ ସମସ୍ତ ନିଗମର ଖଣିରେ କାର୍ଯ୍ୟରତ ଠିକା ସୁରକ୍ଷାକର୍ମୀମାନେ ଜୁନ୍‌ ମାସର ବକେୟା ଦରମା ଅବିଳମବେ ପ୍ରଦାନ, ଖାଲି ପଡ଼ିଥିବା ଶହେରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ପଦବୀ ପୂରଣ, ଘଞ୍ଚ ଜଙ୍ଗଲ ମଧ୍ୟରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ନିମନ୍ତେ ଆଶ୍ରୟସ୍ଥଳୀ ନିର୍ମାଣ ଏବଂ ସୋଲାର ଲାଇଟ୍‌ ବ୍ୟବସ୍ଥା ଆଦି ଦାବି ରହିଥିଲା। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋର୍‌ଦାର କରାଯିବା ନେଇ ଶ୍ରମିକ ସଂଗଠନ ଯୋଜନା କରିଥିବାବେଳେ ନିଗମର ଆଞ୍ଚଳିକ ପରିଚାଳକ  ବାରିକଙ୍କ ଅଧ୍ୟକ୍ଷତାରେ ସୁରକ୍ଷାକର୍ମୀ ଠିକାସଂସ୍ଥାର ଅଧିକାରୀ ନୀଳମଣି ସାହୁ ଓ ଶ୍ରମିକ ସଂଗଠନ ନେତା  ରାଉତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଦାବି ସମୂହର ପୂରଣ ନେଇ ସୁରକ୍ଷାକର୍ମୀ ଠିକାସଂସ୍ଥା ପକ୍ଷରୁ ଏକ ଚୁକ୍ତିନାମା ସ୍ବାକ୍ଷର ପରେ ସୁରକ୍ଷାକର୍ମୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଶ୍ରମିକ ସଂଗଠନ ନେତା ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ମା’ଝିଅଙ୍କୁ ଜାଳିଦେଲେ ସମ୍ପର୍କୀୟ: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ରାଞ୍ଚତ୍,୧୯ା୨:ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କାଲାଇୟା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ୩୨ ବର୍ଷୀୟା ମହିଳା ଓ ତାଙ୍କ ୨ ମାସର ଝିଅଙ୍କୁ ସମ୍ପର୍କୀୟମାନେ ଜାଳି ହତ୍ୟା…

ସ୍ତ୍ରୀଙ୍କ ବେକରେ ଟଓ୍ବେଲ୍‌ ବାନ୍ଧି ମାରିଦେଲେ ଅବସରପ୍ରାପ୍ତ ଇସ୍ରୋ ଅଧିକାରୀ: କାରଣ ଜାଣିଲେ…

ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଟ୍ରମ୍ପଙ୍କ ବଡ଼ ପ୍ଲାନ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା

ଆମେରିକା,୧୯ା୨: ଗତ କିଛି ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଜାରି ରହିଛି । ଏହି ଆଲୋଚନାରେ ଉଭୟ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri