ପ୍ରତିଶ୍ରୁତିରେ ସ୍ମାର୍ଟ ସିଟି ରାଉରକେଲାର ବିକାଶ

ଦିନେ ମ୍ୟୁନିସିପାଲିଟି ଓ ଷ୍ଟିଲ ଟାଉନଶିପ୍‌ ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ରାଉରକେଲା ସହର ଗଢି ଉଠିଥିଲା । ପର୍ଯ୍ୟାୟ କ୍ରମେ ସେହି ସହର ମହାନଗର ଓ ସ୍ମାର୍ଟସିଟିର ମାନ୍ୟତା ଲାଭ କରିଛି। ୨୦୧୪ ନଭେମ୍ବର ୧୪ରେ ରାଜ୍ୟ ସରକାର ଏହି ସହରକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିଥିଲେ। ଏହାର ୨ବର୍ଷ ପରେ ଅର୍ଥାତ୍‌ ୨୦୧୬ ସେପ୍ଟେମ୍ବର ୨୦ରେ କେନ୍ଦ୍ର ସରକାର ରାଉରକେଲାକୁ ସ୍ମାର୍ଟ ସିଟି ଭାବେ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଭଳି ଘୋଷଣାକୁ ସହରବାସୀ ସେତେବେଳେ ଜୋରଦାର ସ୍ବାଗତ କରିଥିଲେ। ଭାବିଥିଲେ ସହରର ଚିତ୍ର ବଦଳିବ। ସବୁଠି ସ୍ମାର୍ଟନେସର ଝଲକ ଦେଖିବାକୁ ମିଳିବ। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଆଲୋକୀକରଣ, ଗମନାଗମନ ଭଳି ମୌଳିକ ଆବଶ୍ୟକତାରେ ଉନ୍ନତି ଆସିବ। ଇତିମଧ୍ୟରେ ମହାନଗର ଘୋଷଣାକୁ ୫ ବର୍ଷ ଓ ସ୍ମାର୍ଟସିଟି ଘୋଷଣାକୁ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ପୂରିଲାଣି । ତଥାପି ସହରବାସୀଙ୍କ ଆଶା ପୂରଣ ହୋଇପାରିନି । ଆଜି ପର୍ଯ୍ୟନ୍ତ ମହାନଗର ନିଗମ ପାଇଁ ନିର୍ବାଚନ ହୋଇପାରୁନି। ବିକାଶର ଲଗାମ ରହିଛି ସରକାରୀ ଅଧିକାରୀଙ୍କ ହାତରେ। ଆଇନ ଜାଲରେ ଛନ୍ଦି ହୋଇ ରହିଛି ମହାନଗର ନିଗମ ନିର୍ବାଚନ ଘୋଷଣା। ବାରମ୍ବାର ଦାବି ସତ୍ତ୍ୱେ କମିଶନରେଟ ପୋଲିସ ବ୍ୟବସ୍ଥା ପ୍ରଚଳନ ସମ୍ଭବ ହୋଇନି। ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିନି। ଭୂତଳ ପାର୍କିଂ ସ୍ବପ୍ନ ଦେଖାଇଥିବା ସ୍ମାର୍ଟସିଟି କର୍ତ୍ତୃପକ୍ଷ ରାସ୍ତା ପାର୍ଶ୍ୱ ପାର୍କିଂକୁ ବ୍ୟବସ୍ଥିତ କରିପାରୁ ନାହଁାନ୍ତି। ପାର୍କ, ଜଳାଶୟ, ଷ୍ଟାଡିୟମ, ସଭାଘର ଭଳି ଅନେକ ଆବଶ୍ୟକତା ଦୂରହୋଇ ପାରିନି। ଏସବୁ କେବଳ ବୈଠକ, ଆଲୋଚନା ଓ ପ୍ରତିଶ୍ରୁତିରେ ଅଟକିଛି। ଏହା ବ୍ୟତୀତ ସ୍ମାର୍ଟ ରୋଡ, ଗ୍ରୀନ୍‌ ବେଲ୍ଟ, ସିଟିଜେନ୍‌ ପାର୍କ, ପବ୍ଲିକ ଇନଫର୍ମେଶନ ସିଷ୍ଟମ, ଟେଲି ମେଡିସିନ ସେଣ୍ଟର୍ସ, ସ୍ମାର୍ଟ କ୍ଲାସରୁମ ଭଳି ଯେଉଁ ଚିତ୍ର ସହରବାସୀଙ୍କ ସମ୍ମୁଖରେ ରଖାଯାଇଥିଲା ତାହା ଆଜି ବି ସ୍ବପ୍ନ ହୋଇ ରହିଛି। ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ବଜାର ଡେଲି ମାର୍କେଟ, ହୋଲସେଲ ମାର୍କେଟ ଓ ପାନପୋଷ ମାର୍କେଟ ଆଦିର ଉନ୍ନତୀକରଣ ଓ ଆବଶ୍ୟକ ସ୍ଥଳେ ଏହାର ସ୍ଥାନାନ୍ତର ନେଇ ପ୍ରତିଶ୍ରୁତି ରଖିଥିଲେ କତ୍ତୃପକ୍ଷ। କେବଳ ଏତିକି ନୁହେଁ ଭେଇକିଲ ଫ୍ରି ଜୋନ, ଟ୍ରାଡିଶନାଲ ଭେଣ୍ଡିଂ ଜୋନ, ସ୍କିଲ ଡେଭଲପମେଣ୍ଟ ସେଣ୍ଟର, ଟ୍ରେନିଂ ସେଣ୍ଟର, ଟ୍ରାଇବାଲ ଆର୍ଟ ସେଣ୍ଟର ଭଳି ଅନେକ ପ୍ରସ୍ତାବିତ ପ୍ରକଳ୍ପ କାଗଜକଲମରେ ଅଟକିଛି। ଏହାବ୍ୟତୀତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ଦ୍ୱିତୀୟ ବ୍ରାହ୍ମଣୀ ସେତୁ । ଯାହାର ନିର୍ମାଣ ନେଇ ଆଜି ବି ସନ୍ଦେହ ଦୂର ହୋଇ ପାରୁନି। ୨୦୧୪ରୁ ବିଭିନ୍ନ ସମୟରେ ଏହାର ନିର୍ମାଣ ନେଇ ଏକାଧିକ ନିର୍ମାଣକାରୀ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତଥାପି ସେହି ପ୍ରକଳ୍ପ କେବେ ଶେଷ ହେବ ସେନେଇ କେହି ଆକଳନ କରି ଉତ୍ତର ଦେଇପାରୁ ନାହାନ୍ତି। ସମାନ ଅବସ୍ଥାରେ ଆଇଜିଏଚ୍‌କୁ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ ନ କରିବା ଘଟଣା ସହରବାସୀଙ୍କ ମନରେ ଦୁଃଖ ଭରି ଦେଇଛି। ରାଉରକେଲା ସରକାରୀ ଡାକ୍ତରଖାନା କେବଳ ଏ ସହର ପାଇଁ ନୁହେଁ ବରଂ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟ ପାଇଁ ବଡ ଆବଶ୍ୟକତା । ଏହାର ଉନ୍ନତୀକରଣ କିମ୍ବା ସମ୍ପ୍ରସାରଣ ନେଇ ସନ୍ତୋଷଜନକ ପଦକ୍ଷେପ ନିଆଯାଇ ପାରିନି। ଉଚ୍ଚ ଶିକ୍ଷା ହେଉ କି ଦୂରାରୋଗ୍ୟ ବ୍ୟାଧି ସବୁ କଥାରେ କଟକ, ଭୁବନେଶ୍ୱର ଭଳି ବଡ ସହର ଉପରେ ନିର୍ଭରଶୀଳ ହେଉଛନ୍ତି ରାଉରକେଲାବାସୀ। କେବେ ସୁଦ୍ଧା ମହାନଗର ଓ ସ୍ମାର୍ଟ ସିଟିର ରୂପରେଖ ବଦଳିବ ସେ ନେଇ ସବୁଠି ପ୍ରଶ୍ନବାଚୀ। ସ୍ମାର୍ଟସିଟି ରୂପକାର ସାଜି ମୋଟା ଅଙ୍କର ଦରମା ଉଠାଉଥିବା ଅଧିକାରୀ ବା କର୍ମଚାରୀଙ୍କ ଦକ୍ଷତା ନେଇ ଏବେ ପ୍ରଶ୍ନ ଉଠିଛି।
– ବସନ୍ତ ଧଳ


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri