ପ୍ରତିଶ୍ରୁତିରେ ଅଟକିଛି ରାସ୍ତା ନିର୍ମାଣ

ଝୁମ୍ପୁରା, ୨୪।୧ (ଡି.ଏନ.ଏ.) – କେନ୍ଦୁଝର ଜିଲାର ପଳାଶପଙ୍ଗା (ସ୍ପଞ୍ଜ ଆଇରନ ଛକ) ଠାରୁ ବାମେବାରୀ ପର୍ଯ୍ୟନ୍ତ କିଡ୍‌କୋ ରାସ୍ତା ପାଲଟିଛି ମରଣଯନ୍ତା। ଦୁର୍ଘଟଣାପ୍ରବଣ ରାସ୍ତା ଭାବେ ମଧ୍ୟ କିଡ୍‌କୋ ରାସ୍ତାର ଜିଲାରେ ନାଁ ରହିଛି। ୨୦ ନଂ ଜାତୀୟ ରାଜପଥ ଠାରୁ ଯୋଡା ଖଣି ମଣ୍ଡଳକୁ ସଂଯୋଗ କରୁଥିବା ଏହି ୨୯କି.ମି. ରାସ୍ତା ଉପରେ ସବୁ ସମୟରେ ହଜାର ହଜାର ଖଣିଜ ବୋଝେଇ ଟ୍ରକ୍‌ ଚଳାଚଳ କରିଥାଏ। ଏହି ୨୯କି.ମି. ରାସ୍ତାର ୭ କି.ମି. ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଅନ୍ୟ ପାର୍ଶ୍ୱ ରାସ୍ତା ମଧ୍ୟ ସବୁ ଜାଗାରେ କ୍ଷତିଗ୍ରସ୍ତ ହୋଇ ଦୀର୍ଘଦିନରୁ ପଡି ରହିଛି। ଅଭିଯୋଗ ହେଲେ ମିଳୁଛି କେବଳ ପ୍ରତିଶ୍ରୁତି।
୨୯କି.ମି ରାସ୍ତା ବାମେବାରୀ ଓ ୨ ସଦର ଥାନା ଅଞ୍ଚଳରେ ଆସୁଥିବାବେଳେ, ପ୍ରତ୍ୟହ ଦୁର୍ଘଟଣା ଘଟି ମୃତାହତ ନେଇ ୨ଟି ଥାନାରେ ଅଭିଯୋଗର ଫର୍ଦ୍ଦ ମଧ୍ୟ ଲମ୍ବି ଚାଲିଛି। ରାସ୍ତା ସାରା ଖାଲ, ଢିପ ହୋଇ ପଡିଥିବାବେଳେ, ରାସ୍ତା ଉପରେ ହଜାର ହଜାର ଟ୍ରକ୍‌ ଚଳାଚଳ ଯୋଗୁ ବିପର୍ଯ୍ୟସ୍ତ ଟ୍ରାଫିକ, ପ୍ରବଳ ଧୂଳି, ରାସ୍ତା ପାର୍ଶ୍ୱ ଗ୍ରାମବାସୀଙ୍କର ଯାତାୟାତ ତଥା ଜୀବନ ଜୀବିକା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଏତେ ସବୁ ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ରାସ୍ତାର ସ୍ପଞ୍ଜ ଆଇରନ ଛକ ଏବଂ କାଳିମାଟି ଠାରେ ଟୋଲ ଗେଟ ବସାଇ କେବଳ ଟୋଲ ଆଦାୟରେ ବ୍ୟସ୍ତ ଅଛନ୍ତି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଖାଲି ମିଳୁଛି ମିଥ୍ୟା ପ୍ରତିଶ୍ରୁତି। ଅଭିଯୋଗ ପରେ ଏବେ କିଛିଦିନ ହେବ ରାସ୍ତା ନିର୍ମାଣ ପରିବର୍ତ୍ତେ ଧୂଳିରୁ ରକ୍ଷା ପାଇବା ପାଇଁ କମ୍ପାନୀ ପକ୍ଷରୁ ରାସ୍ତା ଉପରେ ପାଣି ସିଞ୍ଚନର ବ୍ୟବସ୍ଥା କରି ଚୁପ ବସିଛନ୍ତି। ଏନେଇ ରାସ୍ତା ପାର୍ଶ୍ୱ ଗ୍ରାମ ସରାସକୋଲା, ଆହାରପଶି, ଝଡାପଶି, ସତୀକୁଦର, କଣ୍ଡରାପଶି, ଧନୁର୍ଜୟପୁର, ରେଙ୍ଗାଳବେଡା, ଗୋଡୁଆଟୋପା, ମଲଦା ପ୍ରଭୃତି ଗ୍ରାମଗୁଡିକର ଗ୍ରାମବାସୀ ତାତି ଉଠିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ସୁନାରାମ ମାଝି, କହ୍ନେଇ ମାଝି, ବସନ୍ତ ମହାନ୍ତ, ମହେନ୍ଦ୍ର ମହାନ୍ତ, ଅଯୋଧ୍ୟା ନାଏକ (ସରପଞ୍ଚ), ଜଗନ୍ନାଥ ନାଏକ, ବୀରବର ମାଝି, ଗୋବିନ୍ଦ ନାଏକ ପ୍ରମୁଖ ରାସ୍ତା ଅବରୋଧ ସହିତ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ଏ ସମ୍ପର୍କରେ କିଡ୍‌କୋ ଅଧିକାରୀ ହିମାଂଶୁ କୁଅଁରଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ପାଇଁ ପ୍ରୟାସ ଚାଲିଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri