Categories: ଜାତୀୟ

ପ୍ରତିରକ୍ଷା-ଶକ୍ତି-ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ୍‌ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ଭେଟିଛନ୍ତି। ଏହି ଅବସରରେ ଆୟୋଜିତ ଏକ ବୈଠକରେ ଦୁଇଦେଶର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ବୈଠକରେ ଭାରତ ଆମେରିକା ପ୍ରତିରକ୍ଷା-ଶକ୍ତି-ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ସହମତି ପ୍ରକାଶ ପାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ୩୦୦ କୋଟି ଟଙ୍କାର ବିଭିନ୍ନ ସରଞ୍ଜାମ ଯୋଗାଇ ଦେବାକୁ ଆମେରିକା ରାଜି ହୋଇଛି। ବୁଝାମଣା ଅନ୍ତର୍ଗତ ଆମେରିକା ଭାରତକୁ ଆପାଚେ ଏବଂ ଏମ୍‌ଏଚ୍‌-୬୦ ରୋମେଓ ହେଲିକପ୍ଟର ଯୋଗାଇ ଦେବ। ଏହା ସହିତ ଆତଙ୍କବାଦ ବିରୋଧରେ ଦୁଇ ଦେଶ ପାରସ୍ପରିକ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ସେହିପରି ଶକ୍ତି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇଛି। ବୈଠକରେ ୫ଜି ଓ୍ବେରଲେସ୍‌ ନେଟ୍‌ଓ୍ବାର୍କ ଉପରେ ମଧ୍ୟ ଆଲୋଚନା ହୋଇଛି। ଦୁଇଦେଶ ମଧ୍ୟରେ ପାରସ୍ପରିକ ବ୍ୟବସାୟ ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଛି।

Share