Categories: ଜାତୀୟ

ପ୍ରତିରକ୍ଷା ବିଭାଗ ସମ୍ଭାଳିବା ପୂର୍ବରୁ ଓ୍ବାର ମେମୋରିୟାଲ ପହଞ୍ଚିଲେ ରାଜନାଥ

ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପ୍ରତିରକ୍ଷା ବିଭାଗ ମିଳିଛି ବରିଷ୍ଠ ନେତା ରାଜନାଥ ସିଂଙ୍କୁ। ଶୁକ୍ରବାର ତାଙ୍କୁ ଏହି ଦାୟିତ୍ୱ ମିଳିଛି। ଶନିବାର ଦାୟିତ୍ୱ ଗ୍ରହଣ ପୂର୍ବରୁ ରାଜନାଥ ପ୍ରଥମେ ନ୍ୟାଶନାଲ ଓ୍ବାର ମେମୋରିଆଲ୍‌ ପହଞ୍ଚିଥିଲେ। ସେଠାରେ ସେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ସମୟରେ ସେଠାରେ ସ୍ଥଳ ସେନା ମୁଖ୍ୟ ବିପିନ ରାଓ୍ବତ, ବାୟୁସେନା ମୁଖ୍ୟ ବିଏସ୍‌ ଧନଓ୍ବା ଏବଂ ନୌସେନା ମୁଖ୍ୟ ଆଡମିରାଲ କର୍ମବୀର ସିଂ ଉପସ୍ଥିତ ଥିଲେ। ବିଧିବଦ୍ଧ ଭାବେ ରାଜନାଥ ଶନିବାର ପ୍ରତିରକ୍ଷା ବିଭାଗ ଦାୟିତ୍ୱ ନେବେ।

Share