Categories: ଜାତୀୟ

ପ୍ରତିବର୍ଷ ଟ୍ରକ ଡାଇଭର ଦେଉଛନ୍ତି ୪୭ ହଜାର କୋଟିରୁ ଅଧିକ ଲାଞ୍ଚ: ରିପୋର୍ଟ

ନୂଆଦିଲ୍ଲୀ,୨୯।୨: ପ୍ରତିବର୍ଷ ଟ୍ରକ୍‌ ଡ୍ରାଇଭର ୪୭ ହଜାର କୋଟିରୁ ଅଧିକ ଲାଞ୍ଚ ଦେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ସଂଗଠନ ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ଏକ ରିପୋର୍ଟରେ ଏସମ୍ପର୍କିତ ଦର୍ଶାଯାଇଛି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ସହିତ ମିଳିତ ହୋଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ବର୍ଷ ପିଛା ଟ୍ରକ୍‌ ଡ୍ରାଇଭରମାନେ ୪୭,୮୫୨.୨୮ କୋଟି ଟଙ୍କା ଲାଞ୍ଚ ଭାବେ ଦେଉଥିବା ଏଥିରେ କୁହାଯାଇଛି। ଦେଶରେ ଟ୍ରକ ଡ୍ରାଇଭରଙ୍କ ସ୍ଥିତି ସମ୍ପର୍କରେ ସର୍ଭେ କରାଯିବା ପାଇଁ ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ ପକ୍ଷରୁ ୧୨୦୦ ଟ୍ରକ୍‌ ଡ୍ରାଇଭରଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେରେ ସାମିଲ୍‌ ହୋଇଥିବା ୮୪ ପ୍ରତିଶତ ଟ୍ରକ୍‌ ଡ୍ରାଇଭର ଲାଞ୍ଚ ଦେଉଥିବା ପ୍ରକାଶ କରିଥିଲେ। ସେହିପରି ୫୩ ପ୍ରତିଶତ ଟ୍ରକ ଡ୍ରାଇଭର ସେମାନଙ୍କର କାମରେ ସନ୍ତୁଷ୍ଟ ନ ଥିବା କହିଛନ୍ତି। ଦିନେ ଦିନେ କାମ ମିଳୁଥିବାବେଳେ ବେକାର ରହିବାକୁ ପଡୁଥିବାରୁ ପେଶାରେ ଟ୍ରକ ଡ୍ରାଇଭର ଖୁସି ନ ଥିବା କହିଛନ୍ତି। ସୂଚନାଯୋଗ୍ୟ, ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ ପକ୍ଷରୁ ଦେଶର ୧୦ଟି ସହରରେ ଏହି ସର୍ଭେ କରାଯାଇଥିଲା।

Share