ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ବଇଣ୍ଡା, ୮ା୧୨(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ଜରପଡା ଥାନା ଅଞ୍ଚଳର ସୁଶାନ୍ତ କୁମାର ବର୍ଗୀଙ୍କୁ ରବିବାର ହଣ୍ଡପା ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ନଂ. ୨୧୫/୧୯ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ ଆଠମଲ୍ଲିକ କୋର୍ଟଚାଲାଣ କରାଯାଇଛି। ସୁଶାନ୍ତ ସମ୍ପୃକ୍ତା ଯୁବତୀଙ୍କୁ ଗର୍ଭବତୀ କରି ପ୍ରତାରଣା କରିଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା।