ପ୍ରଣବ କୁମାର ଦାସ ପ୍ରମୁଖ ସିସିଆଇଟି ନିଯୁକ୍ତ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ଓଡ଼ିଆ ଅଧିକାରୀ ପ୍ରଣବ କୁମାର ଦାସ ପ୍ରିନ୍ସିପାଲ ଚିଫ୍‌ କମିଶନର ଅଫ୍‌ ଇନ୍‌କମ୍‌ ଟ୍ୟାକ୍ସ(ପିଆର. ସିସିଆଇଟି) ଭାବେ ପଦୋନ୍ନତି ସହ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟରେ ନିଯୁକ୍ତି ପାଇଛନ୍ତି। ପ୍ରଣବଙ୍କ ନିଯୁକ୍ତି ନେଇ ଚଳିତ ମାସ ୧୩ରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ରାଜସ୍ବ ବିଭାଗ(ସିବିଡିଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଣବ ୧୯୮୩ ମସିହାର ଆଇଆରଏସ୍‌ ଅଧିକାରୀ। ନିଜ ୩୫ ବର୍ଷର ଚାକିରି କାଳରେ ପ୍ରଣବ କେନ୍ଦ୍ର ସରକାରଙ୍କ ଅଧୀନ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଆସିଛନ୍ତି। ଗତବର୍ଷ ଡିସେମ୍ବରରେ ପ୍ରଣବଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସେସ୍‌ ଆଣ୍ଡ କଷ୍ଟମ(ସିବିଆଇସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହା ପୂର୍ବରୁ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ମୁଖ୍ୟାଳୟ)ର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି।