Categories: ଜାତୀୟ

ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୧୧: ନାଥୁରାମ ଗଡସେକୁ ଦେଶ ଭକ୍ତ କହି ପୁଣି ବିବାଦ ଘେରକୁ ଆସିଛନ୍ତି ଭାଜପା  ଏମ୍‌ପି ପ୍ରଜ୍ଞା ଠାକୁର। ଏଥିପାଇଁ ତାଙ୍କୁ ପଦ ହରାଇବାକୁ ପଡିଛି। ବୁଧବାର ଲୋକସଭାରେ ଏସପିଜି ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ପ୍ରସଙ୍ଗ କ୍ରମେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥିଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ। ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ, ତେଣୁ ସେ ଆତଙ୍କବାଦୀ ନାଥୁରାମଙ୍କୁ ଦେଶଭକ୍ତ କହୁଛନ୍ତି। ଭାରତୀୟ ପାର୍ଲିଆମେଣ୍ଟ ଇତିହାସରେ ଏହା ଏକ ଦୁଃଖଦ ଦିନ। ସେ ଯାହା କରୁନ୍ତି ତାହା ଭାଜପା ଏବଂ ଆରଏସଏସ ହୃଦୟରେ ଅଛି। ତେଣୁ ଏଥିରେ ମୁଁ କହିପାରିବି। ଏହାକୁ ଲଚାଇ ରଖି ହେବ ନାହିଁ। ମୁଁ ସେହି ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ କହି ମୋ ସମୟ ନଷ୍ଟ କରିବାକୁ ଚାହୁଁନାହିଁ ବୋଲି ରାହୁଲ କହିଛନ୍ତି।
ସୂଚନାଯୋଗ୍ୟ, ଗୃହରେ ଡିଏମେକେ ଏମପି ଏ. ରାଜାଙ୍କ ନକାରାତ୍ମକ ମାନସିକତା ବିଷୟରେ ଚର୍ଚ୍ଚା କରି ଗଡସେର ଉଦାହରଣ ଦେଇଥିଲେ। ସେ କହିଥିଲେ ଗଡସେ ଗାନ୍ଧୀଙ୍କୁ ହତ୍ୟା କରିବାର କାରଣ ସେ ଏକ ନିର୍ଦ୍ଦିିଷ୍ଟ ଦର୍ଶନରେ ବିଶ୍ୱାସ କରୁଥିଲେ। ଏହାକୁ ବିରୋଧ କରି ପ୍ରଜ୍ଞା ଠାକୁର କହିଥିଲେ, ଏଠାରେ ଦେଶଭକ୍ତଙ୍କର ଉଦାହରଣ ନ ଦିଆଯାଉ। ଏହାପରେ ବିରୋଧୀ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା। ଏହା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଜ୍ଞାଙ୍କୁ ନିଜ ଆସନରେ ବସିବାକୁ କହିଥିଲେ।

Share