Categories: ଫୁରସତ

ପ୍ରଜନନ ଋତୁରେ ଗ୍ରେ ସିଲ୍‌ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରନ୍ତି

ଓ୍ବାଶିଂଟନ,୩।୨: ପ୍ରଜନନ ଋତୁରେ ଗ୍ରେ ସିଲ୍‌ ଲାଞ୍ଜ ଦ୍ୱାରା ନିଜ ନିଜ ମଧ୍ୟରେ ଯୋଗାଯୋଗ କରିଥାନ୍ତି। ଆମେରିକା ମୋନାଶ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ବାୟୋଲୋଜିକାଲ ସାଇନ୍ସ୍‌ ଗବେଷକଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗ୍ରେ ସିଲ୍‌ ଶବ୍ଦ କରି ସାଥୀଙ୍କୁ ଆକୃଷ୍ଟ କରିବା ସହିତ ଲାଞ୍ଜକୁ ତଳେ ବାଡେଇ ଏକ ପ୍ରକାର ଶବ୍ଦ ସୃଷ୍ଟି କରିଥାନ୍ତି। ତିମି ଏବଂ ସିଲ୍‌ ଉଭୟ ସ୍ତନ୍ୟପାୟୀ। ଉଭୟେ ଭୋକାଲ କର୍ଡ ଦ୍ୱାରା ଶବ୍ଦ ସୃଷ୍ଟି କରିବା ସହିତ ଲାଞ୍ଜ ବାଡେଇ ମଧ୍ୟ ପ୍ରଜନନ ଋତୁରେ ସାଥୀଙ୍କୁ ଆକର୍ଷିତ କରିଥାନ୍ତି। ଏନେଇ ଏକ ରିପୋର୍ଟ ମେରାଇନ୍‌ ମାମଲ ସାଇନ୍ସ୍‌ରେ ପ୍ରକାଶିତ ହୋଇଛି।

Share