ପ୍ରକଳ୍ପ ଭବିଷ୍ୟତ ଅନ୍ଧାରରେ : ୪ ବର୍ଷ ହେଲା ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦୁଝର, ୧।୬(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ମତ୍ସ୍ୟଚାଷର ବିକାଶ ଲାଗି ଭିତ୍ତିଭୂମି ଥିଲେ ମଧ୍ୟ ଏହାର ସଦୁପଯୋଗ କରାଯାଉ ନାହିଁ ା ଜିଲାରେ ଚାଷୀଙ୍କୁ ପ୍ରୋତ୍ସାହନ ଓ ସୁବିଧା ଯୋଗାଇବା ଲକ୍ଷ୍ୟରେ ପାଟଣା ବ୍ଲକର ମୂଷାଖୋରୀ, ତେଲକୋଇ, ଘଷିପୁରା ବ୍ଲକର ମଛାଳୋ, କେନ୍ଦୁଝର ସହରରେ ଦିଗଧନ ଏବଂ ଝୁମ୍ପୁରାଠାରେ ମତ୍ସ୍ୟ ଯାଆଁଳ ଉପତ୍ାଦନ କେନ୍ଦ୍ର ଖୋଲାଯାଇଥିଲା। ଏଥିମଧ୍ୟରୁ ଝୁମ୍ପୁରା ମତ୍ସ୍ୟ ଯାଆଁଳ ଉପତ୍ାଦନ କେନ୍ଦ୍ର ୪ବର୍ଷ ହେବ ବନ୍ଦ ହୋଇ ପଡିଛି। ବାର୍ଷିକ ୨୨ଲକ୍ଷ ମାଛ ଯାଆଁଳ ଉପତ୍ାଦନ କରୁଥିବା ଏହି ଫାର୍ମ ବନ୍ଦ ହେବା ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଅନେକ ଚାଷୀ ରାଜ୍ୟ ବାହାରର ବେପାରୀଙ୍କ ଉପରେ ନିର୍ଭର କରି ଯାଆଁଳ କିଣୁଛନ୍ତି । କାନପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ନିର୍ମାଣ କାର୍ଯ୍ୟ ଯୋଗୁ ଏହି କେନ୍ଦ୍ରରେ ଅଧା ଅଂଶ ନଷ୍ଟ ହେବାରୁ ମାଛ ଯାଆଁଳ ଉପତ୍ାଦନ ପ୍ରଭାବିତ ହୋଇଥିବା କୁହାଯାଉଛି। ପ୍ରଶାସନ ଏହାର ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ କାନପୁର ଯାଆଁଳ ଉପତ୍ାଦନ ପ୍ରକଳ୍ପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।
ଉଲ୍ଲେଖନୀୟ ଯେ, ଝୁମ୍ପୁରା, ଯୋଡା, ସଦର ବ୍ଲକର କେତେକ ଅଞ୍ଚଳ, ପାଟଣା ଏବଂ ଚମ୍ପୁଆ ବ୍ଳକର ଅନେକ ଚାଷୀଙ୍କୁ ମାଛ ଯାଆଁଳ ଯୋଗାଣ ଲକ୍ଷ୍ୟ ରଖି ଝୁମ୍ପୁରାରେ ମତ୍ସ୍ୟ ଯାଆଁଳ ଉପତ୍ାଦନ କେନ୍ଦ୍ର ଖୋଲା ଯାଇଥିଲା। ୧୯୯୫ରେ ଏହି କେନ୍ଦ୍ର ଖୋଲା ଯାଇ ୫ ଏକର ୪୦ ଡିସିମିଲ ଜାଗା ଉପରେ ୧୭ଟି ପୋଖରୀ ଖୋଳି ଯାଆଁଳ ଉପତ୍ାଦନ କରାଯାଇଥିଲା। ସେବେଠାରୁ ପତିବର୍ଷ କେନ୍ଦ୍ରରୁ ରୋହି, ଭାକୁର, ମିରିକାଳି, ଚାଇନା ରୋହି ମାଛ ଯାଆଁଳ ଚାଷୀଙ୍କୁ ଯୋଗାଇ ଦିଆଯାଉଥିଲା। ୪ବର୍ଷ ହେବ କାନପୁର ବୃହତ ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ନିର୍ମାଣ ହେବା ପରେ ପ୍ରାୟ ୧୦ଟି ପୋଖରୀ ସହ ଏହାର ୯ ଏକର ଜାଗା କ୍ଷତିଗ୍ରସ୍ତ ହୋଇଛି। ଯାଆଁଳ ଉପତ୍ାଦନ ବନ୍ଦ ରହିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। କେତେକ ଚାଷୀ କେନ୍ଦୁଝରଠାରେ ଥିବା ଦିଗଧନ ଏବଂ ପାଟଣା ବ୍ଲକର ମୂଷାଖୋରୀ ମତ୍ସ୍ୟ ଯାଆଁଳ ଉପତ୍ାଦନ କେନ୍ଦ୍ରକୁ ଯାଇ ଖର୍ଚ୍ଚାନ୍ତ ହୋଇ ଗାଡିରେ ମାଛ ଯାଆଁଳ ଆଣୁଛନ୍ତି। ଏହି ସମସ୍ୟା ନେଇ ଆରପିଡିଏସି ବୈଠକରେ ଆଲୋଚନା କରି ପଦକ୍ଷେପ ନେବାକୁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଜଳସେଚନ ଭଳି କୌଣସି ଜାତୀୟ ପ୍ରକଳ୍ପରେ ଜମି ଅଧିଗ୍ରହଣ ବେଳେ ସରକାରୀ ଓ ବେସରକାରୀ ପ୍ରକଳ୍ପ ବା କୋଠାବାଡି ନଷ୍ଟ ହେଲେ କ୍ଷତିପୂରଣ ଦେବା ବ୍ୟବସ୍ଥା ଥିଲେ ମଧ୍ୟ ଏହି କେନ୍ଦ୍ର ବାବଦକୁ ଟଙ୍କାଟିଏ କ୍ଷତିପୂରଣ ମିଳିନାହିଁ । ଏପରି କି ଅନ୍ୟତ୍ର ଜାଗା ଯୋଗାଇ ଦେବା ସକାଶେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏ ସମ୍ପର୍କରେ ଜିଲା ମସତ୍‌ୟ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ମନୋରମା ମହାପାତ୍ର କହିଛନ୍ତି, କେନ୍ଦୁଝର ଜିଲାପାଳ, କାନପୁର ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଏବଂ ଝୁମ୍ପୁରା ତହସିଲଦାରଙ୍କୁ ଅନେକ ଥର ଚିଠି କରାଯାଇଥିଲେ ମଧ୍ୟ ରାଜସ୍ବ ବିଭାଗ ପକ୍ଷରୁ ନୂତନ ସ୍ଥାନ ଚିହ୍ନଟ କରି ଯୋଗାଇ ଦିଆଯାଉ ନାହିଁ ା ଏ ସମ୍ପର୍କରେ କାନପୁର ଜଳସେଚନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ସିଂଙ୍କୁ ପଚାରିବାରୁ ମତ୍ସ୍ୟ ଚାଷ ବିଭାଗ କ୍ଷୟକ୍ଷତି ସମ୍ପର୍କରେ ଜଣାଇଲେ ଏହାର ସମାଧାନ କରାଯାଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri