ପ୍ରକଳ୍ପ ଥାଇ ବି ପୋଖରୀ ଭରସା

ଆରଡ଼ି, ୧୩।୧୨ (ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଲୋକଙ୍କୁ ସୁବିଧାରେ ପାନୀୟଜଳ ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଛି ଜଳ ପ୍ରକଳ୍ପ। ସେଥିଲାଗି ଆଉ ଗାଁରେ ସରକାରୀ ନଳକୂପ ବସାଯାଉନି। ହେଲେ ପ୍ରକଳ୍ପ ଚଳାଇବା ପାଇଁ ନିଯୁକ୍ତ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ ଗାଁ ଲୋକେ ପାଇପ୍‌ ପାଣି ପାଇବାରେ ହଇରାଣ ହେଉଛନ୍ତି। ଗାଁରେ ଏକମାତ୍ର ନଳକୂପ ଥିବାବେଳେ ତାହା ବହୁଦିନର ହୋଇଯାଇଥିବାରୁ ଗୋଟିଏ ମାଠିଆ ପୂରିବାକୁ ପ୍ରାୟ ୧୦ ମିନିଟ୍‌ ଲାଗୁଛି। ନଳକୂପ ଅଚଳ ହୋଇଗଲେ ଗାଁ ପୋଖରୀ ହିଁ ସାହା ଭରସା। ଏହା କୌଣସି ଉପାନ୍ତ ଅଞ୍ଚଳର ସମସ୍ୟା ନୁହେଁ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ମହାକୁଡ଼ ସାହିରେ ଏଭଳି ସମସ୍ୟା ଲାଗି ରହିଛି।
ସୂଚନା ଅନୁଯାୟୀ, ଏହି ସାହିର ଲୋକସଂଖ୍ୟା ୫ ଶହରୁ ଊର୍ଦ୍ଧ୍ୱ। ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ନିର୍ମିତ ହୋଇଛି ଜଳ ପ୍ରକଳ୍ପ। ଆବଶ୍ୟକ ଅନୁସାରେ ପାଣି ପାଇପାରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନ ଥିବା କୁହାଯାଇଛି। ଲୋକେ ସାହିରେ ଥିବା ଏକମାତ୍ର ନଳକୂପରୁ ପାଣି ନେଇ ପିଉଛନ୍ତି। ନଳକୂପଟି ପୁରୁଣା ହୋଇଥିବାରୁ ସେଥିରୁ ଠିକ୍‌ ଭାବେ ପାଣି ବାହାରୁ ନାହିଁ। ସକାଳ ଓ ସନ୍ଧ୍ୟା ସମୟରେ ନଳକୂପ ପାଖରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ନଳକୂପ ଖରାପ ହେଲେ ମରାମତି ପାଇଁ ୧୦ ଦିନରୁ ଅଧିକ ସମୟ ଲାଗୁଛି। ଏଣୁ ନଳକୂପ ଖରାପ ସମୟରେ ଲୋକେ ବାଧ୍ୟହୋଇ ଗଁା ପୋଖରୀ ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ପାନୀୟ ଜଳ ଯୋଗାଣ ଦାୟିତ୍ୱ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇଥିବାବେଳେ ଏହି ସାହିରେ ଉତ୍କଟ ଜଳ ସମସ୍ୟା ପ୍ରତି ଦୃଷ୍ଟି ପଡୁ ନ ଥିବା କେତେକ ଲୋକ ପ୍ରକାଶ କରିଛନ୍ତି। ସେହିପରି ଜଳ ପ୍ରକଳ୍ପ କର୍ମଚାରୀ ମଧ୍ୟ ନିଜ ମନମାନିରେ ପାଣି ଯୋଗାଇଥାନ୍ତି ବୋଲି ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ସାଆଁଳପୁର ବିଦ୍ୟୁତ୍‌ ଷ୍ଟ୍ରକ୍‌ଚରଠାରୁ ପ୍ରାୟ ୧୫ କି.ମି. ଦୂରରେ ଏହି ଗାଁ ଥିବାରୁ ବିଦ୍ୟୁତ୍‌ ସମସ୍ୟା ସୃଷ୍ଟି ହେଉଛି। ବେଳେବେଳେ ୨ ଦିନ ଧରି ମଧ୍ୟ ଏହି ଗାଁକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହେ। ଏହାଦ୍ୱାରା ପାଇପ୍‌ ପାଣି ଯୋଗାଣ ହୋଇପାରେ ନାହିଁ। ଫଳରେ ଲୋକେ ପାନୀୟଜଳ ପାଇବାରୁ ବଞ୍ଚିତ ହୁଅନ୍ତି। ମାସକ ମଧ୍ୟରେ ପାନୀୟଜଳ ସମସ୍ୟାର ସମାଧାନ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଶ୍ୟାମସୁନ୍ଦରପୁର ସରପଞ୍ଚ ଝରଣା ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି, ସେହି ଗାଁରେ ଜଳ ପ୍ରକଳ୍ପ ଥିବାରୁ ସେଠାରେ ନଳକୂପ ଆଉ ବସିପାରିବ ନାହିଁ। ଏହାଛଡ଼ା ସେହି ସାହିରେ ଥିବା ନଳକୂପ ଖରାପ ହେଲେ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଣ ଲାଗି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେଥିରେ ତ୍ରୁଟି ଥିଲେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri