ପ୍ରକଳ୍ପ ଅସମ୍ପୂର୍ଣ୍ଣ, ଜଳ ଅପେକ୍ଷାରେ ବ୍ରହ୍ମପୁରବାସୀ

ବ୍ରହ୍ମପୁର ଅଫିସ,୩ା୩ – ବ୍ରହ୍ମପୁରରେ ଏଣିକି ଖରାଦିନେ ଦୂର ହେବ ପାନୀୟ ଜଳ ସଙ୍କଟ। ସହରବାସୀଙ୍କ ପ୍ରତ୍ୟେକ ଘରକୁ ହେବ ୨୪ ଘଣ୍ଟିଆ ଜଳଯୋଗାଣ ସୁବିଧା । ଏଭଳି କେତେକ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ମାର୍ଚ୍ଚ ୩ରେ ସାଧାରଣ ନିର୍ବାଚନ ପୂର୍ବରୁ ଦିନିକିଆ ବ୍ରହ୍ମପୁରଗସ୍ତରେ ଆସି ଖଲ୍ଲିକୋଟ କଲେଜ ଖେଳପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ୪୩୧ କୋଟି ଟଙ୍କାରେ ନିର୍ମିତ ବୃହତ୍ତର ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ମଙ୍ଗଳବାର ଏହାକୁ ବର୍ଷେ ପୂରିବାକୁ ଯାଉଛି । କିନ୍ତୁ ଏଯାଏ ଜାନିବିଲି ପ୍ରକଳ୍ପରୁ ଜଳଯୋଗାଣ ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇଛି । ଚଳିତ ଖରାଦିନେ ମଧ୍ୟ ଏହି ପ୍ରକଳ୍ପରୁ ଜଳଯୋଗାଣ ହେବା ନେଇ ଆଶଙ୍କା ଦେଖା ଦେଇଛି ।
ବ୍ରହ୍ମପୁର ସହରକୁ ଜାନିବିଲିରୁ ଜଳଯୋଗାଣ ଓ ଖରାଦିନେ ଦେଖା ଦେଉଥିବା ଜଳସଙ୍କଟ ଦୂର ଲକ୍ଷ୍ୟନେଇ ୨୦୧୯ ମାର୍ଚ୍ଚ ୩ରେ ବୃହତ ଜାନିବିଲି ଜଳଯୋଗାଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ପର୍ଯ୍ୟାୟକ୍ରମେ ସହରର ପ୍ରତ୍ୟେକ ଘରକୁ ୨୦୧୯ ମାର୍ଚ୍ଚରୁ ଜଳଯୋଗାଣ କରାଯିବା ନେଇ ଉଦ୍‌ଘାଟନୀ ଉତ୍ସବରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ ନେଇ ଏକ ସୂଚୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏବେ ଏହି ଉଦ୍‌ଘାଟନକୁ ମଙ୍ଗଳବାର ବର୍ଷେ ପୂରିବାକୁ ଯାଉଛି । କିନ୍ତୁ ଏଯାଏ ବାସ୍ତବ ରୂପ ନେଇପାରିନି ପ୍ରକଳ୍ପ ।
ମିଳିଥିବା ସୂଚନା ପ୍ରକାରେ, ବର୍ତ୍ତମାନ ସୁଦ୍ଧା ସହରରେ ୩୧,୮୦୦ ଘର ମଧ୍ୟରୁ ୨୭୯୦୦କୁ ଜଳଯୋଗାଣ ନିମିତ୍ତ ପାଇପ୍‌ଲାଇନ୍‌ ଓ ମିଟର ସଂଯୋଗ କରାଯାଇଛି । ଆହୁରି ୩୯୦୦ ଘରକୁ ପାଇପ୍‌ଲାଇନ ସଂଯୋଗ କାମ ବାକି ରିହିଛି । ସେହିପରି ଜଳଯୋଗାଣ ନିମିତ୍ତ ନିର୍ମିତ ହେଉଥିବା ୧୭ ଓଭରହେଡ ଟ୍ୟାଙ୍କରୁ ବର୍ଷେ ମଧ୍ୟରେ ମାତ୍ର ୬ ଟିର କାମ ସମ୍ପୂର୍ଣ୍ଣ ହୋଇଛି । ଆହୁରି ୧୧ ଓଭରହେଡ ଟ୍ୟାଙ୍କ ନିର୍ମାଣ କାମ ବାକି ରହିଛି । ଏହାକୁ ବାଦ ଦେଇ ବର୍ତ୍ତମାନ ସହରରେ ଆହୁରି ୧୧ କି.ମି. ଅଞ୍ଚଳରେ ପାଇପ୍‌ ଲାଇନ ବିଛା କାମ ମଧ୍ୟ ବାକି ରହିଥିବା ନିର୍ବାହୀଯନ୍ତ୍ରୀ ସୂଚନା ଦେଇଛନ୍ତି । ଉପରୋକ୍ତ ସୂଚନାକୁ ଲକ୍ଷ୍ୟ କଲେ ଚଳିତ ବର୍ଷ ଖରାଦିନେ ମଧ୍ୟ ଏହି ପ୍ରକଳ୍ପରୁ ଜଳଯୋଗାଣ ଏକପ୍ରକାର ଅସମ୍ଭବ ମନେ ହେଉଛି। ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀ ସୀତାରାମ ପଣ୍ଡା ଏପ୍ରିଲରୁ ଜଳଯୋଗାଣ କରାଯିବ। ସେହିପରି ଖରାଦିନେ ସମସ୍ତ ଘରକୁ ୨୪ ଘଣ୍ଟିଆ ଜଳଯୋଗାଣ ନେଇ ସେ ଆଶା ବ୍ୟକ୍ତ କରିଛନ୍ତି। ପଣ୍ଡାଙ୍କ କହିବାନୁସାରେ, ଚଳିତ ମାସ ଶେଷ ସୁଦ୍ଧା ସହରର ବଳକା ୩୯୦୦ ଘରକୁ ପାଇପ୍‌ଲାଇନ ସହ ମିଟର ସଂଯୋଗୀକରଣ, ୩ ଓଭରହେଡ ଟ୍ୟାଙ୍କ ନିର୍ମାଣ କାମ ଶେଷ ହେବ ।
ଜୁଲାଇ ସୁଦ୍ଧା ଆଉ ବଳକା ୭ ଓଭରହେଡ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ସରିବ । ବର୍ତ୍ତମାନ ୧୦ ରୁ ୧୨ ଅଞ୍ଚଳରେ ଜାନିବିଲିରୁ ଜଳଯୋଗାଣ ଟ୍ରାଏଲ ରନ୍‌ ଶେଷ ହୋଇଛି । ଖରାଦିନେ ଜଳସଙ୍କଟକୁ ଏଡାଇବା ପାଇଁ ଏପ୍ରିଲରୁ ସବୁ ଘରକୁ ଜାନିବିଲିରୁ ଜଳ ଯୋଗାଣ କରାଯିବାକୁ ଯୋଜନା ରଖାଯାଇଥିବା ନିର୍ବାହୀଯନ୍ତ୍ରୀ ପଣ୍ଡା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri