ପ୍ରକଳ୍ପ ଅସମ୍ପୂର୍ଣ୍ଣ, ଜଳ ଅପେକ୍ଷାରେ ବ୍ରହ୍ମପୁରବାସୀ

ବ୍ରହ୍ମପୁର ଅଫିସ,୩ା୩ – ବ୍ରହ୍ମପୁରରେ ଏଣିକି ଖରାଦିନେ ଦୂର ହେବ ପାନୀୟ ଜଳ ସଙ୍କଟ। ସହରବାସୀଙ୍କ ପ୍ରତ୍ୟେକ ଘରକୁ ହେବ ୨୪ ଘଣ୍ଟିଆ ଜଳଯୋଗାଣ ସୁବିଧା । ଏଭଳି କେତେକ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ମାର୍ଚ୍ଚ ୩ରେ ସାଧାରଣ ନିର୍ବାଚନ ପୂର୍ବରୁ ଦିନିକିଆ ବ୍ରହ୍ମପୁରଗସ୍ତରେ ଆସି ଖଲ୍ଲିକୋଟ କଲେଜ ଖେଳପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ୪୩୧ କୋଟି ଟଙ୍କାରେ ନିର୍ମିତ ବୃହତ୍ତର ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ମଙ୍ଗଳବାର ଏହାକୁ ବର୍ଷେ ପୂରିବାକୁ ଯାଉଛି । କିନ୍ତୁ ଏଯାଏ ଜାନିବିଲି ପ୍ରକଳ୍ପରୁ ଜଳଯୋଗାଣ ସହରବାସୀଙ୍କ ପାଇଁ ସ୍ବପ୍ନ ହୋଇଛି । ଚଳିତ ଖରାଦିନେ ମଧ୍ୟ ଏହି ପ୍ରକଳ୍ପରୁ ଜଳଯୋଗାଣ ହେବା ନେଇ ଆଶଙ୍କା ଦେଖା ଦେଇଛି ।
ବ୍ରହ୍ମପୁର ସହରକୁ ଜାନିବିଲିରୁ ଜଳଯୋଗାଣ ଓ ଖରାଦିନେ ଦେଖା ଦେଉଥିବା ଜଳସଙ୍କଟ ଦୂର ଲକ୍ଷ୍ୟନେଇ ୨୦୧୯ ମାର୍ଚ୍ଚ ୩ରେ ବୃହତ ଜାନିବିଲି ଜଳଯୋଗାଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ପର୍ଯ୍ୟାୟକ୍ରମେ ସହରର ପ୍ରତ୍ୟେକ ଘରକୁ ୨୦୧୯ ମାର୍ଚ୍ଚରୁ ଜଳଯୋଗାଣ କରାଯିବା ନେଇ ଉଦ୍‌ଘାଟନୀ ଉତ୍ସବରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ ନେଇ ଏକ ସୂଚୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏବେ ଏହି ଉଦ୍‌ଘାଟନକୁ ମଙ୍ଗଳବାର ବର୍ଷେ ପୂରିବାକୁ ଯାଉଛି । କିନ୍ତୁ ଏଯାଏ ବାସ୍ତବ ରୂପ ନେଇପାରିନି ପ୍ରକଳ୍ପ ।
ମିଳିଥିବା ସୂଚନା ପ୍ରକାରେ, ବର୍ତ୍ତମାନ ସୁଦ୍ଧା ସହରରେ ୩୧,୮୦୦ ଘର ମଧ୍ୟରୁ ୨୭୯୦୦କୁ ଜଳଯୋଗାଣ ନିମିତ୍ତ ପାଇପ୍‌ଲାଇନ୍‌ ଓ ମିଟର ସଂଯୋଗ କରାଯାଇଛି । ଆହୁରି ୩୯୦୦ ଘରକୁ ପାଇପ୍‌ଲାଇନ ସଂଯୋଗ କାମ ବାକି ରିହିଛି । ସେହିପରି ଜଳଯୋଗାଣ ନିମିତ୍ତ ନିର୍ମିତ ହେଉଥିବା ୧୭ ଓଭରହେଡ ଟ୍ୟାଙ୍କରୁ ବର୍ଷେ ମଧ୍ୟରେ ମାତ୍ର ୬ ଟିର କାମ ସମ୍ପୂର୍ଣ୍ଣ ହୋଇଛି । ଆହୁରି ୧୧ ଓଭରହେଡ ଟ୍ୟାଙ୍କ ନିର୍ମାଣ କାମ ବାକି ରହିଛି । ଏହାକୁ ବାଦ ଦେଇ ବର୍ତ୍ତମାନ ସହରରେ ଆହୁରି ୧୧ କି.ମି. ଅଞ୍ଚଳରେ ପାଇପ୍‌ ଲାଇନ ବିଛା କାମ ମଧ୍ୟ ବାକି ରହିଥିବା ନିର୍ବାହୀଯନ୍ତ୍ରୀ ସୂଚନା ଦେଇଛନ୍ତି । ଉପରୋକ୍ତ ସୂଚନାକୁ ଲକ୍ଷ୍ୟ କଲେ ଚଳିତ ବର୍ଷ ଖରାଦିନେ ମଧ୍ୟ ଏହି ପ୍ରକଳ୍ପରୁ ଜଳଯୋଗାଣ ଏକପ୍ରକାର ଅସମ୍ଭବ ମନେ ହେଉଛି। ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀ ସୀତାରାମ ପଣ୍ଡା ଏପ୍ରିଲରୁ ଜଳଯୋଗାଣ କରାଯିବ। ସେହିପରି ଖରାଦିନେ ସମସ୍ତ ଘରକୁ ୨୪ ଘଣ୍ଟିଆ ଜଳଯୋଗାଣ ନେଇ ସେ ଆଶା ବ୍ୟକ୍ତ କରିଛନ୍ତି। ପଣ୍ଡାଙ୍କ କହିବାନୁସାରେ, ଚଳିତ ମାସ ଶେଷ ସୁଦ୍ଧା ସହରର ବଳକା ୩୯୦୦ ଘରକୁ ପାଇପ୍‌ଲାଇନ ସହ ମିଟର ସଂଯୋଗୀକରଣ, ୩ ଓଭରହେଡ ଟ୍ୟାଙ୍କ ନିର୍ମାଣ କାମ ଶେଷ ହେବ ।
ଜୁଲାଇ ସୁଦ୍ଧା ଆଉ ବଳକା ୭ ଓଭରହେଡ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ସରିବ । ବର୍ତ୍ତମାନ ୧୦ ରୁ ୧୨ ଅଞ୍ଚଳରେ ଜାନିବିଲିରୁ ଜଳଯୋଗାଣ ଟ୍ରାଏଲ ରନ୍‌ ଶେଷ ହୋଇଛି । ଖରାଦିନେ ଜଳସଙ୍କଟକୁ ଏଡାଇବା ପାଇଁ ଏପ୍ରିଲରୁ ସବୁ ଘରକୁ ଜାନିବିଲିରୁ ଜଳ ଯୋଗାଣ କରାଯିବାକୁ ଯୋଜନା ରଖାଯାଇଥିବା ନିର୍ବାହୀଯନ୍ତ୍ରୀ ପଣ୍ଡା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri