ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ: ୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦- ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା ଅର୍ଥକୁ ପୌର ପ୍ରଶାସନ ଇପିଏଫ୍‌ ଫଣ୍ଡରେ ଜମା କରୁନାହିଁ। ଦୀର୍ଘ ୯ ମାସ ହେବ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏପରି ଖାମଖିଆଲି କାର୍ଯ୍ୟ ଯୋଗୁ ଆଗାମୀ ଦିନରେ ପୌର ପ୍ରଶାସନକୁ ହଜାର ହଜାର ଟଙ୍କା ଅଯଥାରେ ଜରିମାନା ବାବଦକୁ ଦେବାକୁ ପଡ଼ିବ। ତେବେ ଉକ୍ତ ଜରିମାନା ଅର୍ଥ ପୌରପାଳିକା କେଉଁ ଫଣ୍ଡରୁ ନେବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ପୌରପାଳିକାରେ ଏବେ ପ୍ରାୟ ୮୦ ଜଣ କର୍ମଚାରୀଙ୍କ ଦରମାରୁ ଇପିଏଫ ବାବଦ ଅର୍ଥ କଟାଯାଉଛି। କର୍ମଚାରୀଙ୍କ ଦରମାରୁ ୧୨.୫ ପ୍ରତିଶତ କଟୁଥିବା ବେଳେ ନିୟମ ଅନୁଯାୟୀ ପୌରପାଳିକା ୧୨.୫ ପ୍ରତିଶତ ଜମା କରୁଛି। ହେଲେ ଗତ ଜାନୁୟାରୀ ମାସରୁ ଏହା ସିଧାସଳଖ ଇପିଏଫ୍‌ ଫଣ୍ଡରେ ଜମା ନ କରାଯାଇ ବ୍ୟାଙ୍କରେ ରଖାଯାଉଛି। କେଉଁ କାରଣରୁ ପୌର କର୍ତ୍ତୃପକ୍ଷ ଟଙ୍କା ଇପିଏଫ୍‌ ଫଣ୍ଡରେ ଜମା କରୁନାହାନ୍ତି ସେ ନେଇ କେହି ମୁହଁ ଖୋଲୁ ନ ଥିବା ବେଳେ ଏଣେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିୟମ ଅନୁଯାୟୀ ପ୍ରତି ମାସର ଦରମାରୁ କଟିଥିବା ଇପିଏଫ୍‌ ଅର୍ଥ ପରବର୍ତ୍ତୀ ମାସ ମଧ୍ୟରେ ଜମା ହେବା କଥା। ନଚେତ ଭବିଷ୍ୟନିଧି ବିଭାଗ ପକ୍ଷରୁ ଉକ୍ତ କାର୍ଯ୍ୟାଳୟ ଉପରେ ପେନାଲ ଡ୍ୟାମେଜ ଚାର୍ଜ ଲଗାଯାଇଥାଏ। ଏହାକୁ ଦୃଷ୍ଟିରେ ରଖିଲେ ପୌରପାଳିକା ଉପରେ ୯ ମାସର ପେନାଲ ଡ୍ୟାମେଜ ଚାର୍ଜ ଲାଗିବ। ସ୍ଲାବ ଅନୁଯାୟୀ ଚାର୍ଜ ଲାଗୁ କରାଯାଉଥିବାରୁ ଜରିମାନା ବାବଦରେ ପୌରପାଳିକାକୁ ବହୁ ପରିମାଣର ଅର୍ଥ ଜମା କରିବାକୁ ପଡ଼ିବ। ସେହିପରି ପୌରପାଳିକା ଇପିଏଫ ଟଙ୍କା ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛି ତାହା