ପୌରସଂସ୍ଥା ବାହାରେ କାର୍ଯ୍ୟାଳୟ କ୍ୟାଶବୁକ୍‌: ଆକାଉଣ୍ଟ ଜବତ କଲେ ପିଡି

ଅନୁଗୋଳ ଅଫିସ, ୬।୯-ଅନୁଗୋଳ ପୌରପାଳିକାରେ ନିୟୋଜିତ ହୋଇଥିବା ଜଣେ ଆକାଉଣ୍ଟାଣ୍ଟ ଗୁରୁବାର କାର୍ଯ୍ୟାଳୟର କ୍ୟାଶବୁକ୍‌କୁ ବାହାରକୁ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୌରପାଳିକା ଅର୍ଥ ହେରଫେର ନେଇ ଉଦ୍ୟମ ଚାଲିଥିବା ଅଭିଯୋଗ ପାଇବା ପରେ ଘଟଣାରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ଅନୁଗୋଳ ପିଡି ଅତୁଲ୍ୟ କୁମାର ଚମ୍ପତ୍ତିରାୟ। ସମ୍ପୃକ୍ତ ଆକାଉଣ୍ଟାଣ୍ଟ ଏବଂ କେତେଜଣ କର୍ମଚାରୀଙ୍କୁ ଡାକି ଘଟଣାର ଖୋଳତାଡ କରିବା ସହ ସଙ୍ଗେ ସଙ୍ଗେ ଉକ୍ତ କ୍ୟାଶବୁକକୁ ପିଡି ସିଜ୍‌ କରିଛନ୍ତି। ତେବେ ପ୍ରକୃତରେ କେଉଁ ଉଦ୍ଦେଶ୍ୟରେ ପୌର କର୍ମଚାରୀ କ୍ୟାଶବୁକ୍‌ ନେଇ ବାହାରକୁ ଯାଇଥିଲେ ସେ ନେଇ ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ମୁତାବକ, ସକାଳ ୮ଟାରୁ ସାଢ଼େ ୮ଟା ମଧ୍ୟରେ ପୌରପାଳିକା ଆକାଉଣ୍ଟାଣ୍ଟ କ୍ୟାଶବୁକ ନେଇ କାର୍ଯ୍ୟାଳୟ ବାହାରକୁ ଯାଇଥିଲେ। ଏ ସମ୍ପର୍କରେ କେତେଜଣ ପୌର କର୍ମଚାରୀ ଓ ପୂର୍ବତନ କାଉନସିଲର ପିଡିଙ୍କୁ ଜଣାଇଥିଲେ। ଏପରିକି ଆକାଉଣ୍ଟାଣ୍ଟ ଜଣକ ପୂର୍ବତନ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ଘରକୁ କ୍ୟାଶବୁକ୍‌ ନେଇ ଯାଇଥିବା ପିଡିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପିଡି ତୁରନ୍ତ ପୌରପାଳିକା ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସୀମାଞ୍ଚଳ ମିଶ୍ରଙ୍କ ସହ ଆକାଉଣ୍ଟାଣ୍ଟଙ୍କୁ ପିଡ଼ି ତାଙ୍କ କାର୍ଯ୍ୟାଳୟକୁ କ୍ୟାଶବୁକ୍‌ ନେଇ ଆସିବା ପାଇଁ କହିଥିଲେ। ଏଥିସହ କାହିଁକି